ଗୁଜୁରାଟ : ଗୁଜୁରାଟ କଚ୍ଛରେ ଭୂମିକମ୍ପ ଝଟକା । ସୋମବାର ରାତି ୩ଟା ସମୟରେ କଚ୍ଛର କିଛି ଅଞ୍ଚଳରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଏହାର ତୀବ୍ରତା ୩.୨ ରହିଛି । ଭୂକମ୍ପ ଯୋଗୁଁ କୌଣସି କ୍ଷୟକ୍ଷତି ହୋଇ ନଥିବା ଖବର ମିଳିଛି । ରାଷ୍ଟ୍ରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁସାରେ, ହିମାଚଳ ପ୍ରଦେଶ ମଣ୍ଡିରେ ମଙ୍ଗଳବାର ଭୋରୁ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଏହାର ତୀବ୍ରତା ରିକ୍ଟର ସ୍କେଲରେ ୩.୨ ବୋଲି ଆକଳନ କରାଯାଇଥିଲା । ଭୂମି ଭିତରେ ଲହାର ଗଭୀରତା ୫କିଲୋମିଟର ପର୍ଯ୍ୟନ୍ତ ଥିଲା । ସେହିପରି ଜମ୍ମୁ- କାଶ୍ମୀରର ଡୋଡାର ରାତି ୯ ଟା ୮ ମିନିଟ ସମୟରେ ୩.୬ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି । ତେବେ ଗତ କିଛିଦିନ ହେଲାଣି ଦୁନିଆର ବିଭିନ୍ନ ଦେଶରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭାରତର ବିଭିନ୍ନ ରାଜ୍ୟରେ ଭୂକମ୍ପ ଅନୁଭୂତ ହେଉଛି । ତେଣୁ ଲୋକମାନେ ଭୟରେ ରହିଛନ୍ତି ।