ମାଟ୍ରିକ ପରୀକ୍ଷା ତ୍ରୁଟି ପାଇଁ ବଦଳିଲେ ସେଣ୍ଟର ସୁପରିଣ୍ଟେଣ୍ଡେଣ୍ଟ

କେନ୍ଦୁଝର: ମାଟ୍ରିକ ପରୀକ୍ଷା ବେଳେ ହେଉଥିବା ଛୋଟ ମୋଟ ତ୍ରୁଟଇକୁ ଧରୁଛି ଏଆଇ । ଏଆଇର କଡା ନଜର ଥାଇମଧ୍ୟ ପ୍ରଶ୍ନପତ୍ର ଲିକ ହୋଇଥିବା ଅଭିଯୋଗ ହୋଇଛି । ତେବେ ଗତକାଲି ମାଟ୍ରିକ ପରୀକ୍ଷାର୍ଥୀ ମାନେ ଇଂରାଜୀ ବିଷୟରେ ପରୀକ୍ଷା ଦେଇଥିବା ବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ହୋଇଥିବା ବିଭ୍ରାଟ ଓ ତ୍ରୁଟଇ ସାମନାକୁ ଆସିଛି । ସେପଟେ କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ପରୀକ୍ଷା ଆରମ୍ଭ ପୂର୍ବରୁ ପ୍ରଶ୍ନପତ୍ର ଲିକ ହୋଇଥିବା ସୂଚନା ମିଳିଛି । ନୋଡାଲ ସେଣ୍ଟର, ପରୀକ୍ଷା କେନ୍ଦ୍ରରେ କଡ଼ା କଟକଣା ରହିଥିବା ବେଳେ ଏଭଳି କିଭଳି ହେଲା ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏପଟେ ମାଟ୍ରିକ୍ ପରୀକ୍ଷା ତ୍ରୁଟି ଯୋଗୁଁ ବଦଳିଲେ ସେଣ୍ଟର ସୁପରିଣ୍ଡେଣ୍ଡେଣ୍ଟ। କେନ୍ଦୁଝର ସାହରପଡା ସେଣ୍ଟର ସୁପରିଣ୍ଡେଣ୍ଡେଣ୍ଟଙ୍କୁ ବଦଳି କରାଯାଇଛି। ଘଟଣାକୁ ନେଇ ଜିଲ୍ଲା ଶିକ୍ଷାଧିକାରୀ ନିଜ ପ୍ରତିକ୍ରିୟା ରଖିଛନ୍ତି। କହିଛନ୍ତି ବୋର୍ଡର ନିର୍ଦ୍ଦେଶରେ ବଦଳାଯାଇଛି। ହାଟଡିହି ସେଣ୍ଟର ସୁପରିଣ୍ଡେଣ୍ଡେଣ୍ଟଙ୍କୁ ବଦଳାଇବାକୁ ସୁପାରିଶ୍ ହୋଇଛି। କେନ୍ଦୁଝରରେ ପ୍ରଶ୍ନପତ୍ର ଲିକ୍ ଅଭିଯୋଗର ତଦନ୍ତ ଚାଲିଛି।