ସମ୍ବଲପୁର : ଓଲଟିଲା ଭ୍ୟାନ , ୧୦ରୁ ଅଧିକ ଶ୍ରମିକ ଆହତ । ସମ୍ବଲପୁର ହାତୀବାରୀ ୫୫ନଂ ଜାତୀୟ ରାଜପଥରେ ଘଟଇଛି ଏଭଳି ଦୁର୍ଘଟଣା । ତେବେ ଗୁରୁତରଙ୍କୁ ସମ୍ବଲପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ଅତି ଗୁରୁତରଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସୂଚନା ଅନୁଯାୟୀ, ଭ୍ୟାନଟି ଶ୍ରମିକଙ୍କୁ ନେଇ ସମ୍ବଲପୁରରୁ ଯୁଯୁମୁରା ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡିଥିଲା । ଯାହାଫଳରେ ଏହି ଗାଡିରେ ଥିବା ୧୦ ଜଣ ଆହତ ହୋଇଛନ୍ତି । ତେବେ ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ଅତି ଗୁରୁତ ହେବାରୁ ୪ଜଣଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା କୁହାଯାଉଛି ।