ନୂଆଦିଲ୍ଲୀ: ଦିଲ୍ଲୀ ଆଲିପୁରରେ ଥିବା ରଙ୍ଗ କାରଖାନାରେ ଭୟାବହ ଅଗ୍ନିକାଣ୍ଡ । ସେହି ଅଗ୍ନିକାଣ୍ଡରେ ଗଲାଣି ୧୧ଜଣଙ୍କ ଜୀବନ । ଗତକାଲି ରାତିରେ ଆଲିପୁର ଦୟାଲପୁର ବଜାରରେ ଥିବା ଏକ ରଙ୍ଗ କାରଖାନାରେ ନିଆଁ ଲାଗିଯାଇ ହୁ ହୁ ହୋଇ ଜଳିଥିଲା । ଏଥିରେ ୧୧ ଜଣ ଦଗ୍ଧ ହୋଇ ଯାଇଥିବା ବେଳେ ୪ଜଣ ଆହତ ହୋଇଥିବା ସୂଚନା ରହିଛି । ଆହତଙ୍କ ମଧ୍ୟରେ ଜଣେ ପୋଲିସ କର୍ମଚାରି ରହିଥିବା କୁହାଯାଉଛି । ସେ ଅଗ୍ନିକାଣ୍ଡ ସମୟରେ ଉଦ୍ଧାର କରୁଥିବା ବେଳେ ଅହତ ହୋଇଥିବା ଯଣାପଡିଛି । ତେବେ ପାଖାପାଖି ୨୨ଟି ଦମକଳ ଗାଡି ଘଟରା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିବା ବେଳେ ଅଗ୍ନିକାଣ୍ଡ ଲତେ ଭୟଙ୍କର ଥିଲାଯେ ଆଖପାଖରେ ଥିବା ଘର ଦୋକାନରେ ମଧ୍ୟ ନିଆଁ ବ୍ୟପି ଯାଇଥିôଲା । ତେବେ କାରଖାନା ଭିତରେ ବିସ୍ଫୋରଣ ପରେ ନିଆଁ ଲାଗିଯାଇଥିବା କୁହାଯାଉଥିବା ବେଳେ ଘଟରା ସ୍ଥଳରେ ଅଧିକ ତଦନ୍ତ କରୁଛି ପୋଲିସ ।