ଅନୁଗୁଳ ଜିଲ୍ଲାରେ ଲକ୍ଷ୍ମୀ ବସ ଶୁଭ ଆରମ୍ଭ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ

ଅନୁଗୋଳ / ସୁଧାକର ସାହୁ : ଅନୁଗୁଳ ଦେବଗଡ଼ ଢେଙ୍କାନାଳ ତିନୋଟି ଜିଲ୍ଲା ରେ ଭିଡିଓ କନଫେର୍ସ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ୨୭ ଟି ଲକ୍ଷ୍ମୀ ବସ ଶୁଭ ଆରମ୍ଭ କରିଛନ୍ତି । ଏହି ବସ ମାଧ୍ୟ୍ୟମରେ ବ୍ଲକ ରୁ ପଞ୍ଚାୟତ ଓ ପଞ୍ଚାୟତରୁ ପ୍ରତ୍ୟେକ ଗ୍ରାମକୁ ଗ୍ରାମ ରୁ ସହର କୁ ସମସ୍ତ ସବୁ ବର୍ଗ ର ଲୋକ ଅତି ସହଜରେ ଯିବା ଆସିବା କରିପାରିବେ । ଏହି ଯୋଜନାରେ ମହିଳା, ଛାତ୍ରଛାତ୍ରୀ ଓ ଭିନ୍ନକ୍ଷମ ବର୍ଗର ଲୋକମାନେ ମାତ୍ର ୫ ଟଙ୍କାରେ ଗାଁ ରୁ ବ୍ଲକ କୁ ଯାଇପାରିବେ । ଏହି ଶୁଭାରମ୍ଭ ଉତ୍ସବ ରେ ଅନୁଗୁଳ ର ବିଧାୟକ ରଂଜନୀକାନ୍ତ ସିଂ,ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଆଠମଲ୍ଲିକ ବିଧାୟକ ରମେଶ ସାଏ ,ଜିଲ୍ଲା ପରିଷଦ , ଜିଲ୍ଲାପାଳ, ଉପଜଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ଓ ସମସ୍ତ ପରିବହନ ଅଧିକାରୀ ଜିଲ୍ଲା ପୋଲିସ ପ୍ରଶାସନ ଉପସ୍ଥିତ ରହି ସହଯୋଗ କରିଥିଲେ ବିଭିନ୍ନ ଗାଁ ଗଣ୍ଡାରୁ ଶତାଧିକ ମହିଳା ମାନେ ଆସି ଯୋଗ ଦେଇଥିଲେ।