ସ୍କୁଟିକୁ ଦୁଇ କିଲୋମିଟର ଘୋଷାଡି ନେଲା କାର

ଭୁବନେଶ୍ୱର: ପଟିଆ ରୟାଲିଟି ଛକର କିଲର କାର । ଦୁର୍ଘଟଣା ଘଟାଇ ଫିଲ୍ମ ଷ୍ଟାଇଲରେ ସ୍କୁଟିକୁ ଦୁଇ କିଲୋମିଟରରୁ ଅଧିକ ବାଟ ଯାଏଁ ଭିଡିନେଲା ଏହି କାର । ଏଭଳି ଲୋମ ହର୍ଷଣକାରି ଦୃଶ୍ୟ ଦେଖିବାକୁ ମିଳିଛି ଇନ୍ଫୋସିଟି ଥାନା ଅଂଚଳରେ । ଜଣେ କାର ଚାଳକ ଜଣେ ସ୍କୁଟି ଚାଳକକୁ ସ୍ଥାନୀୟ ମ୍ୟାଗ୍ନେଟ୍ ଛକରୁ ଚ୍ଛ୧ ଆପାର୍ଟମେଣ୍ଟ ଭିତରକୁ ଘୋଷାଡି ଘୋଷାଡି ନେଇଥିବା ଜଣାପଡିଛି। ଏହା ଦେଖି ରାସ୍ତାରେ ହଜାରହଜାର ଲୋକେ ପାଟି କରିଥିଲେ ମଧ୍ୟ କାର ଚାଳକ ଅମାନୁଷିକ ଭାବେ ଗାଡ଼ି ଦୃତ ଗତିରେ ଚଳାଇ ଚାଲିଥିଲେ। ଘଟଣାରେ ସ୍କୁଟି ଚାଳକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ବେଳେ ଉଭୟଙ୍କ ପରିଚୟ ମିଳି ପାରିନାହିଁ। କିନ୍ତୁ ଇନ୍ଫୋଷିଟି ଥାନା ପୁଲିସ୍ ଖବର ପାଇ କାର ଚାଳକକୁ କାବୁ କରି ଥାନାକୁ ନେଇ ପଚରାଉଚରା କରୁଛି।