ସାଧାରଣତନ୍ତ୍ର ଦିବସ ପରେଡରେ ଓଡିଶାର ପ୍ରଜ୍ଞାପନ ମେଢ ଶ୍ରେଷ୍ଠ

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସ ପରେଡରେ ଓଡିଶାର ପ୍ରଜ୍ଞାପନ ମେଢ ଶ୍ରେଷ୍ଠ । ଏଥର ଜାନୁଆରୀ ୨୬ରେ କର୍ତ୍ତବ୍ୟ ପଥରେ ପ୍ରଦର୍ଶିତ ହେଇଥିବା ଓଡିଶାର ପ୍ରଜ୍ଞାପନ ମେଢ ସମସ୍ତ ପ୍ରଜ୍ଞାପନ ମେଢ ଭିତରେ ପ୍ରଥମ ସ୍ଥାନ ଅକ୍ତିଆର କରିଛି । ବିଚାରକ ମଣ୍ଡଳୀ ଦ୍ୱାରା ଓଡିଶାର ପ୍ରଜ୍ଞାପନ ମେଢକୁ ପ୍ରଥମ ସ୍ଥାନ ରଖିଛନ୍ତି । ତେବେ ଏହା ପଛକୁ ରହିଛି ଗୁଜରାଟ ରାଜ୍ୟର ପ୍ରଜ୍ଞାପନ ମେଢ ଏବଂ ତୃତୀୟ ସ୍ଥାନ ଅକ୍ତିଆର କରିଛି ତାମିଲାନାଡୁର ପ୍ରଜ୍ଞାପନ ମେଢ । ଡତେବେ ଏଥର ଓଡିଶାର ପ୍ରଜ୍ଞାପନ ମେଢରେ ଓଡିଶାର କଳା କାରିଗରୀ ଦେଖିବାକୁ ମିଳିଥିଲା । ପଟ୍ଟଚିତ୍ର ସହିତ ହସ୍ତଶିଳ୍ପ ଏବଂ କୁଟୀର ଶିଳ୍ପକୁ ପ୍ରଜ୍ଞାପନ ମେଢରେ ଦର୍ଶାଯାଇଥିଲା । ଯାହାକି ଏବେ ଦିଲ୍ଲୀ ଦରବାରରେ ପ୍ରଥମ ସ୍ଥାନ ଅକ୍ତିଆର କରିଛି । ସେପଟେ ବିଭାଗମାନଙ୍କ ଭିତରେ ସଂସ୍କୃତି ମନ୍ତ୍ରାଳୟର ପ୍ରଜ୍ଞାପନ ମେଢ ପ୍ରଥମ ସ୍ଥାନ ଅକ୍ତିଆର କରିଛି । ଏବଂ ଶିଖ୍ ରେଜିମେଣ୍ଟର ମାର୍ଚିଂ କଣ୍ଟିଜେଣ୍ଟ୍ ପ୍ରଥମ ସ୍ଥାନ ଅକ୍ତିଆର କରିଛି ।