ନାମ୍ବିଆରୁ ଆସିଥିବା ଆଉ ଏକ ଚିତା’ ଶୌର୍ଯ୍ୟ’ର ମୃତ୍ୟୁ

ମଧ୍ୟପ୍ରଦେଶ :ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ନାମ୍ବିଆରୁ ଆସିଥିବା ଆଉ ଏକ ଚିତା’ ଶୌର୍ଯ୍ୟ’ର ମୃତ୍ୟୁ । ଶୌର୍ଯ୍ୟକୁ ମିଶାଇ ଏ ପର୍ଯ୍ୟନ୍ତ ୧୦ ଚିତାଙ୍କ ଏଠାରେ ମୃତ୍ୟୁ ହୋଇ ସାରିଲାଣି । ସେଥି ମଧ୍ୟରେ ୩ ଟି ଶାବକ ରହିଛନ୍ତି । ହେଲେ ଏପର୍ଯ୍ୟନ୍ତ ଶୌର୍ଯ୍ୟର ମୃତ୍ୟୁର କାରଣ ଯଣାପଡି ନାହିଁ । ଲୟନ ପ୍ରୋଜେକ୍ଟର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ଯେ ଆଜି ଦିନ ୩ଟା ୧୭ମିନିଟି ରେ ନାମ୍ବିଆରୁ ଆସିଥିବା ଶୌର୍ଯ୍ୟର ମୃତ୍ୟୁ ହୋଇଛି । ବ୍ୟବଚ୍ଛେଦ ପରେ ହିଁ ମୃତ୍ୟୁର କାରଣ ଜଣାପଡିବ । ସୂଚନା ଅନୁଯାୟୀ , କୁନୋ ଜାତୀୟ ଉଦ୍ୟାନରେ ଚିତା ବଂଶ ବୃଦ୍ଧି ପାଇଁ ନାମ୍ବିଆ ଏବଂ ଦକ୍ଷିଣ ଅଫ୍ରିକାରୁ ୨୦ଟି ଚିତା ବାଘକୁ ଅଣାଯାଇଥିôଲା । କିନ୍ତୁ ଭିନ୍ନ ଭିନ୍ନ କାରଣରୁ ୭ ଟି ଚିତା ମରିଯାଇଥବବା କୁହାଯାଉଛି । ଏହିପରି ନାମ୍ବିଆରୁ ଆସଇଥିବା ମାଈ ଚିତା ଜ୍ୱାଳା ଏଠାରେ ୪ଟି ଶାବକ ଜନ୍ମ ଦେଇଥିଲା । ସେଥିରୁ ୩ଟି ଶାବକ ଅଖି ବୁଜିଥିଲେ ।