କୁଳମଣି ବରାଳଙ୍କ ତୃତୀୟ ବାର୍ଷିକ ସ୍ମୁତି ଶ୍ରଦ୍ଧାଞ୍ଜଳି

ସାଲେପୁର/ଜ୍ୟୋସ୍ନା ରାଣୀ ସିଂହ : ମାହାଙ୍ଗା ଡବଲ ମର୍ଡର ଘଟଣାକୁ ୟା ଭିତରେ ପୁରିଲାଣି ତିନି ବର୍ଷ ।    ଭାଜପାର ତତ୍କାଳୀନ ସାଲେପୁର ପ୍ରଭାରୀ ତଥା ମାହାଙ୍ଗା ପଞ୍ଚାୟତ ସମିତିର ପୂର୍ବତନ ଚେୟାରମ୍ୟାନ କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟାସିଂହ ବରାଳଙ୍କୁ ୨0୨୧ ମସିହା ଜାନୁଆରୀ ୨ ତାରିଖରେ ଅତି ନୃଶଂସ ଭାବେ ରାସ୍ତା ଉପରେ ହତ୍ୟା କରାଯାଇଥିଲା l  ସେତେବେଳେ ଏହି ଡବଲ ମର୍ଡର ଘଟଣା ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିଲା l   ବିରୋଧି ଏହି ଘଟଣାରେ ଶାସକ ଦଳକୁ କାଠ ଗଡାକୁ ଟାଣିଥିଲେ l   ଏପରିକି କୁଳମଣିଙ୍କ ପରିବାର ପକ୍ଷରୁ ଯେଉଁ ୧୩ ଜଣଙ୍କ ନାମରେ ଅଭିଯୋଗ ହୋଇଥିଲା l ଆଜି ମାହାଙ୍ଗା ବିକାଶ ପରିଷଦ ପକ୍ଷରୁ ପୋଡାମରାଇ ଠାରେ ଦିବଂଗତ ବିଜେପି ନେତା କୁଳମଣି ବରାଳଙ୍କ ତୃତୀୟ ବାର୍ଷିକ ସ୍ମୁତି ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ କରାଯିବା ଦେଖିବାକୁ ମିଳିଥିଲା l  ମାହାଙ୍ଗା ବିକାଶ ପରିଷଦ ଅଧ୍ୟକ୍ଷ ତଥା ବିଜେପି ନେତା ସାରଦା ପ୍ରଧାନ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗଦେଇ, ମାହାଙ୍ଗା ମାଟି ପାଇଁ କୁଳମଣିଙ୍କ  ବଳିଦାନ କେବେ ବ୍ୟର୍ଥ ଯିବନି ବୋଲି କହିଥିଲେ l  ଅନ୍ୟାୟ ଅନୀତି ଭ୍ରଷ୍ଟାଚାର ବିରୁଦ୍ଧରେ କୁଳମଣି ବରାଳ ଲଢେଇ କରିବାରୁ   ଶେଷରେ ତାଙ୍କୁ ହତ୍ୟା କରାଯାଇଥିଲା ବୋଲି ଆଜିବି ଅଭିଯୋଗ ହେଉଛି l