ଗୋପାଳପୁର ସମୁଦ୍ରରେ ଡଙ୍ଗା ଓଲଟି ଜଣେ ମୃତ

ଗଞ୍ଜାମ / ରଜନୀକାନ୍ତ ପାତ୍ର : ମାଛ ଧରିବାକୁ ଯାଇଥିବା ବେଳେ ଚାଲିଗଲା ଜୀବନ। ବ୍ରହ୍ମପୁର ଗୋପାଳପୁରରେ ଏହି ଅଘଟଣ ଘଟିଛି। ଗୋପାଳପୁର ସମୁଦ୍ରରେ ଡଙ୍ଗା ଓଲଟି ଜଣଙ୍କର ମୃତ୍ୟୁ ଘଟି ଥିବା ବେଳେ ୨ ଜଣ ବର୍ତ୍ତି ଯାଇଛନ୍ତି। ମୃତ ଜଣକ ହେଲେ ବି.ବୈରାଗୀ ବୟସ ୬୩ ଜଣାପଡିଛି। ଆଜି ଭୋର୍ ପ୍ରାୟ ସାଢେ଼ ୪ଟା ବେଳେ ବି.ବୈରାଗୀ,ଏମ. ବାଲରକ୍ଷଜୁ ଓ ଏମ.ସିମୁଡୁ ମାଛ ମାରିବାକୁ ଯାଉଥିବା ବେଳେ ଏକ ବଡ ଲହଡ଼ି ରେ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡ଼ିବା ବେଳେ ୨ ଜଣ ଡେଇଁ ପଡ଼ିଥିବା ବେଳେ ବୈରାଗୀ ଉପରେ ପଡ଼ିଯାଇଥିଲା।ସେ ଗୁରୁତର ହେବାରୁ ତାକୁ ବ୍ରହ୍ମପୁର ବଡ ମେଡ଼ିକାଲ ନେଇଥିଲେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିବା ପତ୍ନୀ ବି. ଗାରମ୍ମା ଗୋପାଳପୁର ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି।