ଉଚ୍ଚମାଧମିକ ବିଦ୍ୟାଳୟରେ ସମନୀତ ଯୁବ ବିକାଶ ପଞ୍ଜିକରଣ କାର୍ଯ୍ୟକ୍ରମ

ରାଇରଙ୍ଗପୁର / ସତ୍ୟାନାରୟଣ ପାଲ : ବିଜାତଳା କେ ସି ଡି କେ ଉଚ୍ଚମାଧମିକ ବିଦ୍ୟାଳୟରେ ସମନୀତ ଯୁବ ବିକାଶ ପଞ୍ଜିକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ l ବ୍ଲକ ଅନ୍ତର୍ଗତ କେଶିଡ଼ିକେ ଉଚ୍ଚମାଧମିକ ବିଦ୍ୟାଳୟରେ ସମନିତ ଯୁବ ବିକାଶ ପଞ୍ଜିକରଣ କାର୍ଯ୍ୟକ୍ରମ କ୍ରୀଡା ଓ ସଂସ୍କୃତି ବିଭାଗ ଓଡ଼ିଶା ସରକାରଙ୍କ ଦ୍ୱାରା ଆୟଜିତକ୍ରୀଡା , ସଂସ୍କୃତି ଓ ସାମାଜିକ ସେବା ଆଦି ପ୍ରତିଯୋଗୀତା ପାଇଁ ଆଜି ଠାରୁ ଛାତ୍ର ଛାତ୍ରୀ ମାନକର ନାମ ପଞ୍ଜିକରଣ ଆରମ୍ଭ ହୋଇଛି। ଏହି ନାମ ପଞ୍ଜିକରଣ ତାରିଖ ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି କେସିଡିକେ ଉଚ୍ଚ ମାଧମିକ ବିଦ୍ୟାଳୟର ଇଂରାଜୀ ଅଧାପକ ପି ସି ବରାଳ କହିଛନ୍ତି। ଆୟଜିତ ପ୍ରତିଯୋଗୀତା ଗୁଡିକ ମଧ୍ୟରେ କ୍ରୀଡା ପ୍ରତିଯୋଗିତା ସାହିତ୍ୟ ସଂସ୍କୃତି ପ୍ରତିଯୋଗୀତା ସହ ସାମାଜିକ ସେବା କାର୍ଯ୍ୟ ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତା ତା 12 ତାରିଖ ଠାରୁ ଆରମ୍ଭ ହୋଇ ତା 22 ପ୍ରର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଖେଳ ପ୍ରତିଯୋଗିତା ରେ କ୍ରିକେଟ, ଭଲିବଲ, କେରୋମ ଆଦି ଖେଳ ଅନୁଷ୍ଠିତ ହେବ। ସେହପରି ସାହିତ୍ୟ ଓ ସଂସ୍କୃତି ପ୍ରତିଯୋଗୀତା ରେ ତର୍କ, କୁଇଜ, ନୃତ୍ୟ, ସଙ୍ଗୀତ , ଏକକ ଅଭିନୟ । ସେହିପରି ସାମାଜିକ ସେବା କାର୍ଯ୍ୟ ରେ ସଫେଇ ଓ କାହାଣୀ ସଚେତନତା କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେବ ଅଧାପକ ପିସି ବରାଳ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧାପକ ଏବଂ ଅଧାପିକl ମାନେ ସହଯୋଗ କରିଥିଲେ।