ସହିଦ ଯବାନଙ୍କ ସୃତିରେ ରକ୍ତ ଦାନ ଶିବିର ଅନୁଷ୍ଠିତ

ବରୀ / ପ୍ରଶାନ୍ତ ଦ୍ବିବେଦୀ : ବିର ଯବାନ ସହିଦ ସଞ୍ଜୀବ ଓ ଶିଶିର ଙ୍କ ସ୍ମୃତି ଉଦ୍ଦେଶ୍ୟରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ରକ୍ତ ଦାନ ମହତ ଦାନ,  ରକ୍ତ ଅଭାବ କାରଣରୁ ଚିକିତ୍ସାଧିନ ଅବସ୍ଥାରେ ଅନେକ ଲୋକଙ୍କ ଜୀବନ ଚାଲି ଯାଇଥାଏ। ଦେଶ ମାତୃକା ପାଇଁ ନିଜ ଜୀବନ କୁ ବଳିଦାନ ଦେଇଥିବା ସହିଦ ସଞ୍ଜୀବ ଓ ଶିଶିର ଙ୍କୁ ଆଜି ବି ବରୀ ବାସୀ ଝୁରନ୍ତି। ଯାହାଙ୍କ ସ୍ମୃତି ରେ ଆଜି ସହିଦ ସଞ୍ଜୀବ କ୍ଳବ୍ ଚନ୍ଦନପୁର ପକ୍ଷରୁ ଏହି ରକ୍ତଦାନ ଶିବିର ଆୟୋଜନ କରାଯାଇଛି। । ଆଜିର ଶିବିର ଟିକୁ ବରୀ ବିଧାୟିକା ଶ୍ରୀମତୀ ସୁନନ୍ଦା ଦାସ ଉଦ୍ଘାଟନ କରିଥିବା ବେଳେ ସ୍ଥାନୀୟ ସରପଞ୍ଚ ଚପଳା ମଲ୍ଲ, ସମାଜସେବୀ ମନୋଜ ମଲ୍ଲ, ଅବସର ପ୍ରାପ୍ତ ଶିକ୍ଷକ ଅନିରୁଧ ମଲ୍ଲ, ଅବସର ପ୍ରାପ୍ତ ଶିକ୍ଷକ ନୃସିଂହ ଚରଣ ଦାସ, ସହଦେବ ଜେନା, ବାବାଜୀ ଚରଣ ସାମଲ ଉପସ୍ଥିତ ରହି ସହଯୋଗ କରିଥିଲେ। ସେହିପରି ଆଜିର ରକ୍ତଦାନ ଶିବିର ଆୟୋଜକ ସହିଦ ସଞ୍ଜୀବ କ୍ଳବ୍ ର ଯୁବକ ମାନଙ୍କ ସହଯୋଗରେ ୪୫ ଇଉନିଟ ରକ୍ତ ସଂଗ୍ରହ କରାଯାଇଛି। ଆଗକୁ  ଅଭିଜ୍ଞ ଡ଼ାକ୍ତର ମାନଙ୍କୁ ନେଇ ଏକ ମେଗା ସ୍ବାସ୍ଥ୍ୟ ମେଳା ର ଆୟୋଜନ କରାଯିବ ବୋଲି ସ୍ଥାନୀୟ ସରପଞ୍ଚ କହିଛନ୍ତି।