ଦହିବରା ପ୍ରେମରେ ଶିଲ୍ପପତି , ସେଲିବ୍ରିଟି ସେଫ୍

ଓଡିଶାର ସବୁଠୁ ସୁଆଦିଆ ଜଳଖିଆ ଦହିବରା ଆଳୁଦମ । ଏହି ଦହିବରା ଆଳୁଦମ ପ୍ରେମରେ ଦେଶର ଅଗ୍ରଣୀ ଶିଳ୍ପପତି ହର୍ଷ ଗୋଏଙ୍କା ଓ ସେଲିବ୍ରିଟି ସେଫ ବିକାଶ ଖାନ୍ନା । ସିଏଟ୍ ଟାୟାର ନିର୍ମାଣ କରୁଥିବା ସଂସ୍ଥା ଆରପିଜି ଏଣ୍ଟରପ୍ରାଇଜେସର ଅଧ୍ୟକ୍ଷ ହର୍ଷ ଗୋଏଙ୍କା ଓଡିଶାରେ ଦହିବରାକୁ ପ୍ରଶଂସା କରିଛନ୍ତି । ସେହିପରି ନିକଟରେ ଓଡିଶାକୁ ଆସିଥିଲେ ସେଲିବ୍ରିିଟି ସେଫ ବିକାଶ ଖାନ୍ନା । ସେ ଦହିବରାକୁ ବହୁତ ବଢ଼ିଆ ଖାଦ୍ୟ କହିଛନ୍ତି । ରାସ୍ତା ପାଖର ଦହିବରା ଖାଉଥିଲେ ଆଉ କହିଥିଲେ ଏହା ଉତ୍ତର ଭାରତ ଦହିବରା ଠାରୁ ଭିନ୍ନ । ପ୍ରସ୍ତୁତି ଦେଖି ଖାଇବେ କି ନାହିଁ ନେଇ ଦ୍ୱନ୍ଦରେ ପଡିଥିଲେ , ମାତ୍ର ଖାଇବା ପରେ ଦହିବରାକୁ ପ୍ରଶଂସା ନ କରି ସେ ରହିପାରି ନଥିଲେ ।

ସାମାଜିକ ଗଣ ମାଧ୍ୟମ ‘ଏକ୍ସ’ରେ ବେଶ୍ ସକ୍ର୍ରିୟ ଥିବା ଗୋଏଙ୍କା ଲେଖିଛନ୍ତି ଦହିବରା ଆଳୁଦମ ଭାରି ସୁଆଦିଆ ହୋଇଥିଲେ ମଧ୍ୟ ବାହାରକୁ ଯିବାର ବାଟ ପାଇନି । ଯେତେବେଳେ ସୁଯୋଗ ମିଳୁଛି ଓଡିଶା ଆସି ତାହାରା ସ୍ୱାଦ ଚାଖିବାକୁ ଅନୁରୋଧ କରିଛନ୍ତି । ଦହିବରା ବହୁତ ସ୍ୱାଦିଷ୍ଟ ବୋଲି ସେ ଲେଖିବା ସହ ଦହିବରା ବିକ୍ରି ହେଉଥିବା ସମୟର ଏକ ଭିଡିଓ ସେୟାର କରିଛନ୍ତି । ସେହି ଲେଖା ଉପରେ ପ୍ରତିକ୍ର୍ରିୟା ଦେଇ ଧର୍ମେନ୍ଦ୍ର ପ୍ରଧାନ ଲେଖିଛନ୍ତି ଯେ , ଓଡିଶାରେ ରାସ୍ତା ପାଶ୍ୱର୍ରେ ବିକ୍ରି ହେଉଥିବା ଖାଦ୍ୟପଦାର୍ଥ ମଧ୍ୟରେ ଦହିବରା ଆଳୁଦମ ସୁପରଷ୍ଟାର ମାନ୍ୟତା ମିଳିଛି । ଓଡିଶାର ଏହି ଖାଦ୍ୟର ଲୋକପ୍ର୍ରିତା ଦେଖି ଖୁସି ଲାଗୁଛି ।