୭୦ତମ ସର୍ବ ଭାରତୀୟ ସମବାୟ ସପ୍ତାହ ଜିଲ୍ଲା ସ୍ତରୀୟ ମହୋତ୍ସବ

ଗଜପତି/ବିବେକାନନ୍ଦ ବହେରା: ପାରଳାଖେମୁଣ୍ଡିଠାରେ ୭୦ତମ ଜିଲ୍ଲା ସ୍ତରୀୟ ସର୍ବ ଭାରତୀୟ ସମବାୟ ସପ୍ତାହ ମହୋତ୍ସବ ପାଳନ ହୋଇଛି । ଏହି ଅବସରରେ ଶ୍ରୀ ବାଲା ଧନଞ୍ଜୟଙ୍କୁ ବିଶିଷ୍ଟ ସମବାୟବିତ୍ତ୍ ସମ୍ମାନରେ ସଂମ୍ମାନିତ କରାଯାଇଛି।ଏହି କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ବିରେନ୍ଦ୍ର କୁମାର ଦାସ ଯୋଗ ଦେଇ ଶ୍ରୀ ବାଲା ଧନ୍ୟଞ୍ଜୟଙ୍କୁ ପୁଷ୍ପଗୁଚ୍ଛ, ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରି ସମ୍ମାନିତ କରିଛନ୍ତି।ଏହି ସମ୍ବର୍ଦ୍ଧିତ ଓ ସମ୍ମାନିତ ଉତ୍ସବରେ ହରିହର ସେଠ ସହକାରୀ ନିବନ୍ଧକ, ପ୍ରତୀକ ପଣ୍ଡା ଜିଲ୍ଲା ଉନ୍ନୟନ ପ୍ରବନ୍ଧକ ନାବାର୍ଡ଼ ଗଜପତି,ଶ୍ରୀ ଭକ୍ତେଶ୍ଵର ମଲ୍ଲିକ ସମ୍ପାଦକ ବ୍ରହ୍ମପୁର ସମବାୟ ବ୍ୟାଙ୍କ, ଜ୍ଞାନ ରଞ୍ଜନ ମାଝୀ ଡେପୁଟି କଲେକ୍ଟର ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି କାର୍ୟ୍ୟକ୍ରମରେ ବହୁ ଚାଷୀ ମାନ୍ୟଗଣ୍ୟ ବ୍ୟକ୍ତି, ବୁଦ୍ଧିଜୀବୀ ଗଣ ମାଧ୍ୟମ ପ୍ରତିନିଧି ପ୍ରମୁଖ ଯୋଗ ଦେଇଥିଲେ।