ନିଜ ଦେହରେ ପେଟ୍ରୋଲ ଢାଳି ନିଜକୁ ଜାଳି ମାରିଦେଲେ ଯୁବକ

ଭୁବନେଶ୍ୱର: ନିଜ ଦେହରେ ପେଟ୍ରୋଲ ଢାଳି ନିଜକୁ ଜାଳି ମାରିଦେଲେ ଯୁବକ । ଏଭଳି ଲୋମଟାଙ୍କୁରା ଘଟଣା ଦେଖିବାକୁ ମିଳିଛି ବଡଗଡ ଥାନା କେଶୁରା ଗାଁରେ । ତେବେ ଆତ୍ମହତ୍ୟା କରିଥିବା ଯୁବକ ଜଣଙ୍କ ହେଉଛନ୍ତି କେଶୁରା ଛକର ଲକ୍ଷ୍ମଣ ପ୍ରଧାନ । ଗତକାଲି କୌଣସି କାରଣକୁ ନେଇ ଘର ଆଗରେ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ ଲକ୍ଷ୍ମଣ ପ୍ରଧାନ । ପରେ ପରିବାର ଲୋକେ ତାଙ୍କୁ ଏମ୍ସ ମେଡିକାଲରେ ଭର୍ତ୍ତି କରିଥିଲେ । ତେବେ ଆଜି ତାଙ୍କର ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । କାହିଁକି ଆତ୍ମହତ୍ୟା କଲେ ତାହାର କାରଣ ଅସ୍ପଷ୍ଟ ରହିଛି ।ତେବେ ଏନେଇ ଘଟଣା ସ୍ଥଳରେ ବଡଗଡ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।