ପୁଣି ଗୋରୁ ବୋଝେଇ ପିକଅଫ ଭ୍ୟାନ ଦୁର୍ଘଟଣା ; ୧ମୃତ

କରଞ୍ଜିଆ / ବସନ୍ତ କୁମାର ସୋରେନ : ପୁଣି ଗୋରୁ ବୋଝେଇ ପିକଅଫ ଭ୍ୟାନ ଦୁର୍ଘଟଣା    । ଠାକୁରମୁଣ୍ଡା-କରଞ୍ଜିଆ ରାସ୍ତା ର ଜୁଆଳିକଟା ଛକ ନିକଟରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବେଆଇନ ଭାବରେ ଗୋରୁ ବୋଝେଇ କରି ନେଉଥିବା ଏକ ପିକଅଫ ଭ୍ୟାନ ଓଲଟି ପିକଅଫ ଭ୍ୟାନର ହେଲପର ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହଇଥିବା ବେଳେ ଗୋଟିଏ ବଳଦ ର ମଧ୍ୟ ମୃତ୍ୟୁ ହଇଛି । ଦୁର୍ଘଟଣା ପରେ ଘଟଣାସ୍ଥଳ ରୁ ଭ୍ୟାନର ଡ୍ରାଇଭର ଫେରାର ହୋଈ ଯାଇଥିବା ବେଳେ କେତେକ ଗୋରୁ ଆହତ ହୋଉଥିବାର ଜଣା ଯାଇଛି।

ସୂଚନା ଅନୁଯାୟୀ ଠାକୁରମୁଣ୍ଡା ପଟୁ ଏକ ପିକଅଫ ଭ୍ୟାନ ନମ୍ବର (ଓଡ଼ି ୧୧ ଏଏ ୩୯୮୮) ଯୋଗେ ପ୍ରାୟ ୧୨/୧୩ ଟି ଗୋରୁ ବୋଝେଇ ହୋଈ କରଞ୍ଜିଆ ଆଡକୁ ଯାଉଥିବା ସମୟରେ ଜୁଆଳିକଟା ଛକ ନିକଟରେ ଭ୍ୟାନ ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା।ଖବର ପାଇ ଘଟଣାସ୍ଥଳ ରେ ଠାକୁରମୁଣ୍ଡା ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ପହଞ୍ଚି ହେଲପର ଙ୍କୁ ଉଦ୍ଧାର କରି ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛି । ମୃତ ହେଲପର ଜଣକ ଙ୍କ ହେଉଛନ୍ତି କେନ୍ଦୁଝର ଜଲ୍ଲା ଆନନ୍ଦପୁର ବଳିପୋଷି ଗ୍ରାମ ର ହାବୁଲି ନାଏକ ବୋଲି ଜଣାପଡିଛି। ଦୁର୍ଘଟଣା ରେ ଆହତ ଗୋରୁ ଙ୍କ ଚିକିତ୍ସା ପାଇଁ ଘଟଣାସ୍ଥଳ କୁ ପ୍ରାଣୀ ଚିକିତ୍ସାଳୟର ଆମ୍ବୁଲାନ୍ସ ଯାଇ ଚିକିତ୍ସା କରୁଛି। ଅନ୍ୟପଟେ ଠାକୁରମୁଣ୍ଡା ଥାନା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଥିବା ଦେଖିବାକୁ ମିଳିଛି, ଗତ ୧୫ଦିନ ମଧ୍ୟରେ ଏହା ଚତୁର୍ଥ ଘଟଣା । ତେବେ ଗୋ ମାଫିଆ ମାନେ ବର୍ତ୍ତମାନ ୪୯ ନମ୍ବର ଜାତୀୟ  ରାଜପଥ ଏବଂ କରଞ୍ଜିଆ – ଠାକୁରମୁଣ୍ଡା ୫୩ ନଂ ରାସ୍ତାରେ ପ୍ରତେକ ଦିନ ଚୋରା ଗୋ ଚାଲାଣ ହେଉଥିବା ଦେଖିବାକୁ ବିଳୁଛି ।