କରଞ୍ଜିଆ / ବସନ୍ତ କୁମାର ସୋରେନ : ଥାନାରୁ ବାଇକ ଚୋର ଫେରାରକୁ ନେଇ ତାତିଲେ ଲୋକେ ମୟୂରଭଞ୍ଜ ଜିଲ୍ଲା ଘାଘରବେଡା ଥାନା ମଧ୍ୟରୁ ବାଇକ ଚୋର ଫେରାର ଘଟଣାରେ ଥାନା ଙଓଉ ଓ ଇଝଓଙ୍କୁ ମାଡ଼ ମାରିଲେ ସ୍ଥାନିୟ ଲୋକେ । ଗତକାଲି ସନ୍ଧ୍ୟାରେ ନରଷଣ୍ଢା ଗ୍ରାମରୁ ଜୈନେକ ବ୍ୟକ୍ତିଙ୍କୁ ବାଇକ ଚୋରି କରି ନେଉଥିବା ବେଳେ ଗୋଡ଼ାଇ ଧରିବା ସହିତ ଥାନାରେ ଜିମା ଦେଇଥିଲେ ଗ୍ରାମବାସୀ । ତେବେ ଆଜି ବାଇକ ଚୋର ଥାନାରୁ ଚମ୍ପଟ ମାରିବା ଖବର ପାଇ ପରେ ଗ୍ରାମର ଶତାଧିକ ଲୋକ ଥାନାକୁ ଆସି ପାଟିତୁଣ୍ଡ କରିବା ସହ ଥାନା ଗାଡି କୁ ଭଙ୍ଗାରୁଜା କରିଛନ୍ତି । ସ୍ଥାନୀୟ ଲୋକମାନେ ପୋଲିସ ଗାଡି ଭଙ୍ଗାରୁଜା କରିବା ଉତେଜନା ଦେଖାଦେଇଛି। ଘଟଣା ସ୍ଥାନରେ କରଞ୍ଜିଆ ପୋଲିସ ପହଁଚି ଲୋକମାନକୁ ବୁଝାମଣା କରୁଛନ୍ତି ।