ପୂର୍ବତନ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କୁ ଦିଆଯାଇଛି ନୂଆ ଦାୟିତ୍ୱ

ଭୁବନେଶ୍ୱର: ସୁରେଶ ମହାପାତ୍ରଙ୍କୁ ନୂଆ ଦାୟିତ୍ୱ । ପୂର୍ବତନ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କୁ ନୂଆ ଦାୟିତ୍ୱ ଦିଆଯାଇଛି । ସୁରେଶ ହେଲେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା । ସୁରେଶଙ୍କୁ ଓଇଆରସି ଅଧ୍ୟକ୍ଷ ପଦରୁ ଅବ୍ୟାହତି ଦିଆଗଲା । ଆର୍.ବାଲକ୍ରୀଷ୍ଣନଙ୍କୁ ସିଏମଓ ମୁଖ୍ୟ ପରାମର୍ଶଦାତା ଅତିରିକ୍ତ ଦାୟିତ୍ୱରୁ ମୁକ୍ତି କରାଯାଛି । ସ୍ପେଶାଲ ଇନିସିଏଟିଭ୍ ମୁଖ୍ୟ ପରାମର୍ଶଦାତା ଆର୍.ବାଲକ୍ରୀଷ୍ଣନ ରହିବେ ବୋଲି କୁହାଯାଉଛି ।WODC ଅଧ୍ୟକ୍ଷ ଅସିତ ତ୍ରୀପାଠୀଙ୍କୁ ମଧ୍ୟ ଅତିରିକ୍ତ ଦାୟିତ୍ୱରୁ ଅବ୍ୟାହତି ଦିଆଯାଇଛି । ତାଙ୍କ ଅନୁରୋଧ କ୍ରମେ ସମସ୍ତ ପ୍ରମୁଖ ପରାମର୍ଶଦାତା ପଦବୀରୁ ଅବ୍ୟାହତି ଦିଆଯାଇଥିବା କୁହାଯାଉଛି ।