ଭେଟ୍ରିନାରୀ ଟେକନିସିଆନଙ୍କ ସନ୍ଦେହ ଜନକ ମୃତ୍ୟୁ

ଗଞ୍ଜାମ ଜିଲ୍ଲାଦରଜନୀକାନ୍ତ ପାତ୍ର: ଭେଟ୍ରିନାରୀ ଟେକନିସିଆନ ଙ୍କ ସନ୍ଦେହଜନକ ମୃତ୍ୟୁ । ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ନିକଟସ୍ଥ କଞ୍ଚୁରୁ ପଶୁଚିକିତ୍ସା କେନ୍ଦ୍ରର ଭେଟ୍ରିନାରୀ ଟେକନିସିଆନ ଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ସରକାରୀ କୋଠରୀ ବେଡ଼ ନିକଟରୁ ଭି.ଟି ପ୍ରମୋଦ କୁମାର ମହାଙ୍କୁଡଙ୍କ ମୃତଦେହ ଠାବ କରାଯାଇଥିବା କୁହାଯାଉଛି । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ଘଟଣା ସ୍ଥଳରେ ହିଞ୍ଜିଳି ପୋଲିସ ପହଞ୍ଚି ଅପ ମୃତ୍ୟୁ ମାମଲା ରୁଜୁ କରି ଛାନଭିନ ଆରମ୍ଭ କରିଛି।