ବ୍ୟୁରୋ: କୋଲକତାର ଇଡେନ ଗାଡେନ୍ସରେ ଚାଲିଛି ବିଶ୍ୱକପର ଦ୍ୱିତୀୟ ସେମି ଫାଇନାଲ ମ୍ୟଚ । ଏଥିରେ ଟସ ଜିତି ପ୍ରଥମେ ବ୍ୟାଟିଂ ଜରି ରଖିଛି ଦକ୍ଷିଣ ଅଫ୍ରିକା । ହେଲେ ପ୍ରଥମରୁ ୪ଟି ୱିକେଟ ହରାଇଛି ଦଳ । ପ୍ରଥମ ୧୦ ଓଭରରେ ମାତ୍ର ୧୮ ରନ କରି ଦୁଇ ୱିକେଟ ହରାଇଥିବା ଦକ୍ଷିଣ ଆଫ୍ରିକା ଏବେ ଆହୁରି ସଙ୍କଟ ମଧ୍ୟକୁ ଚାଲି ଯାଇଛି । ଏହାରି ଭିତରେ ବର୍ଷା ସାଜିଛି ବାଧକ । ଦକ୍ଷିଣ ଆଫ୍ରିକା ୧୪ ଓଭରରେ ୪ ୱିକେଟ ହରାଇ ୪୪ ରନ କରିଥିବା ବେଳେ ହଠାତ୍ କୋଲାକାତାର ଇଡେନ ଗାର୍ଡେନ୍ସରେ ବର୍ଷା ଆରମ୍ଭ ହୋଇଯାଇଥିଲା ।ଏଥି ପାଇଁ ମ୍ୟାଚକୁ ସ୍ଥଗିତ କରିବାକୁ ପଡିଥିଲା । ବର୍ଷା ପାଇଁ ଖେଳ ବନ୍ଦ ଥିବା ବେଳେ ବର୍ତ୍ତମାନ ବର୍ଷା ଛାଡିବା ପରେ ଏବେ ପୁଣି ଜାରି ରହିଚି ଖେଳ । ବର୍ତ୍ତମାନ ସୁଦ୍ଧା ଦକ୍ଷଣ ଆଫ୍ରିକା ୨୩ ଓଭରରେ ୪ଟି ୱିକେଟ ହରାଇ ୭୨ ରନ କରିଛି ।