ସଡ଼କ ଦୁର୍ଘଟଣାରେ କାର୍ଯ୍ୟରତ ପୋଲିସ କନେଷ୍ଟବଳ ମୃତ

ରାଇରଙ୍ଗପୁର/ ସତ୍ୟାନାରୟଣ ପାଲ: ସଡ଼କ ଦୁର୍ଘଟଣାରେ କାର୍ୟ୍ୟରତ ପୋଲିସ କନେଷ୍ଟବଳ ମୃତ । ରାଇରଙ୍ଗପୁରର କାର୍ୟ୍ୟରତ କନଷ୍ଟେବଳ ଦାମୋଦର ନାଏକ ଙ୍କ ଏକ ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଛି । ସୂଚନାଅନୁଯାୟୀ, ବାରିପଦାରୁ ପଦୋନ୍ନତି ପରୀକ୍ଷା ଦେଇ ବାଇକ୍ ଯୋଗେ ରାଇରଙ୍ଗପୁର ଫେରୁଥିବା ସମୟରେ ରାଇରଙ୍ଗପୁର ଠାରୁ ୫କିମି ଦୂର ରାଇରଙ୍ଗପୁର – ବିଶୋଇ ରାସ୍ତାରେ ଅସନବଣଇ ଛକ ପୋଲ ନିକଟରେ ରାସ୍ତା ପାର ହେଉଥିବା ଏକ ମହିଳା ଶ୍ରମିକ ସାଇକେଲ ଆରୋହୀକୁ ରକ୍ଷା କରିବାକୁ ଯାଇ ଦୁର୍ଘଟଣାର ଶୀକାର ହୋଇଥିଲେ କନେଷ୍ଟବଳ । ଦୁର୍ଘଟଣା ପରେ ତାଙ୍କୁ ରାଇରଙ୍ଗପୁର ଡାକ୍ତରଖାନା ଅଣା ଯାଇଥିଲା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେ ମହାମହିମ ରାଷ୍ଟ୍ରପତିଙ୍କ ଦ୍ରୌପଦୀ ମୁର୍ମୁଙ୍କ ରାଇରଙ୍ଗପୁରର ମହୁଲଡିହାସ୍ଥିତ ଵାସଭବନ ଜଗିବା ଡିଉଟିରେ ଥିଲେ ବୋଲି କୁହାଯାଉଛି । ସେ ୨୦୧୧ ରେ କନଷ୍ଟେବଳ ପଦବୀରେ ନିଯୁକ୍ତି ହୋଇଥିଲେ । ଦାମୋଦରଙ୍କ ଘର ମୟୂରଭଞ୍ଜ ଜିଲ୍ଲାର କୁସୁମୀ ବ୍ଳକର ତେଣ୍ଟପୋଷି ଗ୍ରାମ ।ବାଇକ ଦୁର୍ଘଟଣାରେ ମହିଳା ଶ୍ରମିକ ସାଇକେଲ ଆରୋହୀ ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ଖଵର ପାଇ ମୟୂରଭଂଜ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଉମାଶଙ୍କର ମହାରଣା, ରାଇରଙ୍ଗପୁର ଏସଡିପିଓ ଗୋକୁଳାନନ୍ଦ ସାହୁ, ରାଇରଙ୍ଗପୁର ଥାନା ଆଇଆଇସି ରୋଜାଲିନ ବେହେରା ପ୍ରମୁଖ ରାଇରଙ୍ଗପୁର ହସ୍ପିଟାଲରେ ପହଞ୍ଚି ମୃତକଙ୍କ ପରିବାରକୁ ସାନ୍ତ୍ଵନା ଦେବା ସହ ଅନ୍ୟାନ୍ୟ ହାଲଚାଲ ବୁଝାବୁଝି କରୁଛନ୍ତି ।