ଅମାନିଆ ବାଣ ବ୍ୟବସାୟୀଙ୍କ ବାଣ ଦୋକାନରେ ଚଢ଼ାଉ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ବାଣ ବିକ୍ରି ଉପରେ ନଜର ରଖିଛି କମିଶନରେଟ ପୋଲିସ । ଭୁବନେଶ୍ୱରରେ ସମସ୍ତ ନିୟମ ପାଳନ ହେଉଛି କି ନାହିଁ ଜାଣିବା ପାଇଁ ଯାଞ୍ଚ କରିଥିବା ବେଳେ କିଛି ଅମାନିଆ ବ୍ୟବସାୟୀଙ୍କୁ ଧରିଛି ପୋଲିସ । ବରମୁଣ୍ଡା ପଡିଆ ଠାରେ ବାଣ ବ୍ୟବସାୟ କରୁଥିବା କିଛି ଅମାନିଆ ବାଣ ବ୍ୟବସାୟୀଙ୍କ ବାଣ ଦୋକାନରେ ଚଢ଼ାଉ କରାଯାଇଛି । ଏହି ଚଢାଉରେ କମିଶନରେଟ ପୋଲିସ ଓ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ବରିଷ୍ଠ ଅଧିକାରୀ ଓ ବିଏମସି ର ମିଳିତ ଭାବେ ସାମିଲ ହୋଇଥିଲେ। ପ୍ରଦୂଷଣ ସୃଷ୍ଟିକାରୀ ବାଣ ଜବତ କରିଛି ଏହି ସ୍ବାର୍ଡ। ମାଟି କୁମ୍ପି, ବତୀ ବାଣ, ଚାଇନା ଲଙ୍କା ପରି ବାଣକୁ ଜବତ କରିଛି ଏହି ସ୍ବାର୍ଡ। ନିୟମ ଉଲ୍ଲଘଂନ କଲେ ମୋଟା ଅଙ୍କର ଫାଇନ ହେବ ବୋଲି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧିକାରୀ କହିଛନ୍ତି।