ଗଞ୍ଜେଇଚୋରା ଚାଲାଣ ବେଳେ ଧରିଲା ପୋଲିସ

ବିଷମ କଟକ / ରବିନ୍ଦ୍ର କୁମାର ସାହୁ: ଗଞ୍ଜେଇଚୋରା ଚାଲାଣ ବେଳେ ଧରିଲା ଅମ୍ବାଦେଳା ପୋଲିସ । ଏକ ବୋଲେରରେ ଗୋଞ୍ଜେଇ ଚାଲାଣ ବେଳେ ୨୫. କେଜି ୮ଶହ ଗ୍ରାମ ଗଞ୍ଜେଇ ଜବତ କରିବା ସହ ୩ ଜଣଙ୍କ ଗିରଫ କରିଛି ପୋଲିସ । ଏକ ବୋଲେରରେ ଚାରିଟା ସୁଟକେସ ବ୍ୟାଗରେ ଗୋଞ୍ଜେଇ ଭର୍ତ୍ତିକରି କନ୍ଧମାଳଭରୁ ବାହାରି ମୁନିଗୁଡା ଦେଇ ରାୟପୁର ଚୋରାଚାଲାଣ ବେଳେ ଖବର ପାଇ ଅମ୍ବାଦଳା ଝିଗିଡି ଛକଠାରେ ମାଡିବସିଲା ପୋଲିସ । ବଲେରରୁ ୨୫ କେଜି ୮ ସହଗ୍ରାମ ଗୋଞ୍ଜେଇ ଜବତ କରିବା ସହ ୩ ଜଣଙ୍କୁ ପୋଲିସ ଗିରଫ କରିଛି । ଏଥିସହ ୪ ହଜାର ଟଙ୍କା ଓ ୪ ଟି ମୋବାଇଲ ଫନ୍ ସହ ଏକ ବୋଲେର ଜବତ କରି ତିନିଜଣ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ପୋଲିସ । ଏହି ଗଞ୍ଜେଇର ଆନୁମନିକ ମୂଲ୍ୟ ୧ ଲକ୍ଷ୍ୟ ୫୫ ହଜାର ହେବ ବୋଲି ପୋଲିସ ସୂଚନା ଦେଇଛି ।