ବରୀ / ପ୍ରଶାନ୍ତ ଦ୍ବିବେଦୀ ଗ୍ରାମାଞ୍ଚଳ ର ଭିତ୍ତିଭୂମି ଉନ୍ନୟନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ତଥା ୫ ଟି ଅଧକ୍ଷ ଭି କେ ପଣ୍ଡିଆନଙ୍କ ତତ୍ତ୍ଵାବଧାନରେ ଆରମ୍ଭ ହୋଇଥିବା ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ଆନୁଷ୍ଠାନିକ ଭାବେ ଯାଜପୁର ଜିଲ୍ଲାରେ ଭିଡିଓ କନଫରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ଶୁଭ ଉଦ୍ଘାଟନ ହୋଇଯାଇଛି। ଵରୀ ଅଞ୍ଚଳକୁ ୫ଟି ଅଧ୍ୟକ୍ଷ ଭି କେ ପଣ୍ଡିଆନ ଆସି ସାଧାରଣ ଲୋକଙ୍କ ଠାରୁ ବିଭିନ୍ନ ଅଭିଯୋଗ ଗ୍ରହଣ କରିଥିଲେ । ସେହି ଅଭିଯୋଗ ଗୁଡ଼ିକୁ ଆଧାର କରି ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ୫ଟି ସଚିବ ଭି ଜେ ପାଣ୍ଡିଆନ ଅଭିଯୋଗ ଗୁଡ଼ିକୁ ଗୁରୁତ୍ୱ ଦେଇ ବିଭିନ୍ନ ଉନ୍ନନୟନମୂଳକ କାର୍ୟ୍ୟ ପାଇଁ ଅର୍ଥ ମଞ୍ଜୁର କରିଛନ୍ତି । ବରୀ ବାଶି ଙ୍କ ଅଭିଯୋଗକୁ ଭିତିକରି ମାନ୍ୟବର ମୁଖ୍ୟମନ୍ତ୍ରୀ ୩୯୯ ଗୋଟି ପ୍ରକଳ୍ପ ପାଇଁ ୧୪ କୋଟି ୫୦ ଲକ୍ଷ ଟଙ୍କା ମଞ୍ଜୁର କରିଥିବାରୁ ଆଜି ଆମ ଓଡ଼ିଶା ନବୀନ ଓଡିଶା କାର୍ୟ୍ୟକ୍ରମରେ ଯୋଗଦେଇଥିବା ବରୀ ବିଧାୟିକା ଙ୍କ ସମେତ ଉପସ୍ଥିତ ଲୋକମାନେ ନବୀନ ପଟ୍ଟନାୟକ ଓ ୫ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।
ଉକ୍ତ କାର୍ୟ୍ୟକ୍ରମରେ ବରୀ ବିଧାୟିକା ସୁନନ୍ଦା ଦାସ,ବରୀ ବ୍ଲକ ଅଧ୍ୟକ୍ଷ ଅଶୋକ କୁମାର ଗେଡି, ଉପାଧ୍ୟକ୍ଷା ଅର୍ଜନା ମଲିକ,ଜିଲ୍ଲାପରିଷଦ ସଭ୍ୟ ଅଶୋକ ସାମଲ, ଦିଲିପ ମହାନ୍ତି, ସନ୍ତୋଷ ସାମଲ ଙ୍କ ସମେତ ଯାଜପୁର ଜିଲ୍ଲା ପ୍ରକଳ୍ପ ଅଧିକାରୀ ଅଶୋକ କୁମାର ବେଉରିଆ, ବିଡିଓ ଫଚାନନ ମଲ୍ଲିକ, ତହସିଲଦାର ଲୋକନାଥ ସେଠି, ଅତିରିକ୍ତ ଚିଡିଓ ମହେଶ୍ୱର ସେଠୀ ଙ୍କ ସମେତ ବରୀ ବ୍ଲକର ୨୯ ଗୋଟି ପଂଚାୟତ ରୁ ଆସିଥିବା ସରଫଚ ଓ ସମିତିସଭ୍ୟ ସଭ୍ୟା ଓ ଶ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା ମାନେ ଯୋଗଦେଇଥିଲେ। ହେଲେ ଆଶ୍ଚର୍ୟ୍ୟର କଥା ଆଜିର କାର୍ୟ୍ୟକ୍ରମ ଆରମ୍ଭ ହେବାର କିଛି ସମୟ ପରେ ଲୋକମାନେ ସଭା ସ୍ଥଳ ଛାଡ଼ି ପଳେଇ ଯାଇଥିଲେ। ସେହିପରି ବରୀ ବ୍ଲକ ରେ ଦୀର୍ଘ ବର୍ଷ ଧରି କୋଟି କୋଟି ଟଙ୍କା ପଡ଼ି ରହି ଉନ୍ନୟନ ମୂଳକ କାର୍ୟ୍ୟ ହୋଇପାରୁନଥିବା ବେଳେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ୟ୍ୟ କେତେଧୂର୍ ସଫଳ ହେବ ସାଧାରଣରେ ଆଲୋଚନା ଜୋର୍ ଧରିଛି।