ସାର୍ବଜନୀନ ମାଁ କାଳୀପୂଜାକୁ ଦୃଷ୍ଟିରେ ରଖି, ବାରକୋଟ କାଳୀପୂଜା କମିଟିକୁ ନେଇ ପ୍ରସ୍ତୁତି ବୈଠକ

ଦେବଗଡ/ସୁଦାମ ବେହେରା : ଆଉ ଗୋଟିଏ ଦିନ ପରେ ଧରାପୃଷ୍ଠକୁ ଅବତରଣ କରିବେ ମାଆ କାଳୀ । ଚଳଚଞ୍ଚଳ ହୋଇଉଠିଛି ଗାଁଠୁ ସହର । ଏଥିଲାଗି ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପଞ୍ଚିଚିଛି ।
ତେବେ କାଳୀପୂଜାକୁ ଦୃଷ୍ଟିରେ ରଖି ବାରକୋଟ ଥାନା ଅଧିକାରୀ ଯାଜ୍ଞସେନୀ ପ୍ରଧାନଙ୍କ ଆହ୍ୱାନ କ୍ରମେ, ବାରକୋଟ କାଳୀପୂଜା କମିଟିକୁ ନେଇ ବାରକୋଟ ଥାନା ପରିସରରେ ବସିଛି ପ୍ରସ୍ତୁତି ବୈଠକ ।
ଏହି ବୈଠକରେ ସାଧାରଣ ଦର୍ଶନାଭିଳାଷୀମାନେ କିପରି ଶାନ୍ତି ଶୃଙ୍ଖଳାର ସହିତ ଦର୍ଶନ କରିପାରିବେ ସେହି ବିଷୟରେ ପୋଲିସ ଅଧୀକ୍ଷକ ସୌମ୍ୟରଞ୍ଜନ ମଲିକ କମିଟିର ସମସ୍ତ ସଦସ୍ୟଙ୍କୁ ସଚେତନ କରାଇଥିଲେ ।