ସାଲେପୁର/ଜ୍ୟୋସ୍ନା ରାଣୀ ସିଂହ: ଉଦ୍ଧାର ହୋଇଛି ଅଜଣା ମୃତ ଦେହ । କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ଅଧିନସ୍ଥ କଟିକଟା ପଞ୍ଚାୟତ ପଶ୍ଚିମଖଣ୍ଡ ଭୋଳ ଧାନବିଲ ମଝିରେ ଅଚିହ୍ନା ବ୍ୟକ୍ତି ଙ୍କ ମୃତ୍ୟୁ ଶରୀର ଉଦ୍ଧାର କରାଯାଇଛି । ସ୍ଥାନୀୟ ଲୋକେ ମୃତ ଦେହ ପଡିଥିବା ର ଦେଖି ପୋଲିସ କୁ ଖବର ଦେଇଥିଲେ। ଖବରପାଇ ନିଶ୍ଚିନ୍ତକୋଇଲି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ୍ କରିବା ସହ ବ୍ୟବଛେଦ ପାଇଁ କଟକ ପଠାଇଛି। ସୂଚନା ମୁତାବକ ମୃତ ବ୍ୟକ୍ତି ଜଣଂକ ମାହାଙ୍ଗା ଅଂଚଳର ବୋଲି କୁହାଯାଉଛି । ତେବେ କେଉଁ ପରିସ୍ଥିତି ରେ ଏଠାକୁ ଆସିଥିଲେ ଏବଂ କିଭଳି ତାଙ୍କର ମୃତ୍ୟୁ ହେଲା ,ତାହା ସ୍ପଷ୍ଟ ହୋଇନଥିଲା ବେଳେ ପୋଲିସ ର ତଦନ୍ତ ତାହା ପଦାକୁ ଆସିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।