ରାଇରଙ୍ଗପୁର / ସତ୍ୟାନାରୟଣ ପାଲ: ମୟୂରଭଞ୍ଜ ଜିଲ୍ଲାର ବହଳଦା ବ୍ଳକ ଅନ୍ତର୍ଗତ ଵିଞ୍ଝୁଆ ଗ୍ରାମରେ ଥିବା ମୟୂରଭଞ୍ଜ ଗ୍ରାଣ୍ଡ ପ୍ରାଇଭେଟ୍ ଲିମିଟେଡ ( ଏମଜିପିଏଲ) ଏବଂ ମାନିକଏସଟୁ ଆଗ୍ରୋ ସଂସ୍ଥା ଆନୁକୂଲ୍ୟରେ ଦୁଇ ଦିବସୀୟ ବିଶାଳ ଛେଳିଚାଷ ସଂକ୍ରାନ୍ତୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଗୋଟ ବ୍ୟାଙ୍କ ଅଫ ଇଣ୍ଡିଆର ବରିଷ୍ଠ ନିର୍ଦେଶକ ତଥା ମୟୂରଭଞ୍ଜର ଯୁବ ସମାଜସେବୀ ଚିନ୍ମୟ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମ ପରିଚାଳନା କରାଯାଇଛି । ଏହି ସଭାର ପ୍ରଥମ ଦିନରେ ଵହଳଦା ଏବଂ ଯାମଦା ବ୍ଳକ ଏବଂ ଦିତୀୟ ଦିନରେ ତିରିଂ ଏବଂ ରାଇରଙ୍ଗପୁର ବ୍ଳକର ପାଖି ୩୦୦ ରୁ ଊର୍ଦ୍ଧ୍ବ ଛେଳି ଚାଷୀ ଯୋଗ ଦେଇଥିଲେ । ଗୋଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ଅନ୍ୟ ଜଣେ ଡାଇରେକ୍ଟର ଵିରେନ ସାହୁ ଏହି କର୍ମଶାଳାରେ ଯୋଗ ଦେଇ ଛେଳି ଚାଷୀ ମାନଙ୍କୁ ଛେଳିଚାଷ, ଛେଳିର ଯତ୍ନ, ସଠିକ ସମୟରେ ରୋଗକୁ ଚିହ୍ନି ଔଷଧ ଓ ଟିକା କରଣ କରିବା, ଛେଳିର ବଜାର ବିକ୍ରି, ଛେଳି ମଳରୁ ଖତ ଉତ୍ପାଦନ, ଛେଳି ଦୁଧରୁ ଘିଅ ଉତ୍ପାଦନ ଇତ୍ୟାଦି ଉପରେ ସବିଶେଷ ତଥ୍ୟ ଦେଇଥିଲେ । ସାଂପ୍ରତିକ ପରିସ୍ଥିତିରେ ଛେଳି ଚାଷ ଏକ ଲାଭ ଜନକ ଚାଷ ବୋଲି କହିବା ସହିତ ଛେଳି ଚାଷ କରି ଆର୍ଥିକ ଲାଭବାନ ହୋଇପାରିଵେ ବୋଲି କହିଥିଲେ । ସେହିଭଳି ଗୋଟ ବ୍ୟାଙ୍କ ଅଫ ଇଣ୍ଡିଆର ବରିଷ୍ଠ ନିର୍ଦେଶକ ଇଂ ଚିନ୍ମୟ ଦାସ କହିଥିଲେ ମୟୂରଭଞ୍ଜ ଜିଲ୍ଲାରେ ପ୍ରଥମ କରି ଗୋଟ ଅଫ ଇଣ୍ଡିଆ ତରଫରୁ ଏକ ନିଆରା ପ୍ରୟାସ ଆରମ୍ଭ କରାଯାଇଛି । ରାଇରଙ୍ଗପୁର, ଵହଳଦା, ଯାମଦା, ତିରିଂ ବ୍ଳକର ୪୧ ଟି ପଞ୍ଚାୟତରେ ପ୍ରାଣୀଧନ ସେବା ଅଧିକାରୀ ( ପିଏସଏ) ନିଯୁକ୍ତି ଦିଆଯାଇଛି । ସେମାନେ ୧୦ ହଜାର ଛେଳିଚାଷୀଙ୍କୁ ଛେଳିଚାଷ ନିମନ୍ତେ ଉତ୍ସାହିତ କରିବା ସହ ତାଲିମ ପ୍ରଦାନ କରିବେ । ସେମାନଙ୍କର ଲକ୍ଷ୍ୟ ଅଛି ଖୁବ ଶିଘ୍ର ଏକ ଲକ୍ଷରୁ ଉର୍ଦ୍ଧ୍ବ ଛେଳିମାନଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବେ ।ଗୋଟ ଅଫ ଇଣ୍ଡିଆ ତରଫରୁ ଛେଳିର ଲାଳନ ପାଳନ, ବିକ୍ରି ଯାଏଁ ସବୁକିଛି ପାଇଁ ଚାଷୀ ମାନଙ୍କୁ ସହଯୋଗ ଓ ସହାୟତାର ହାତ ବଢାଇବ ବୋଲି ଗଣମାଧ୍ୟମକୁ କହିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଅନ୍ୟତମ କର୍ମକର୍ତ୍ତା ପଙ୍କଜ ରାଉତ, ଦୀପକ ମିଶ୍ର, କାଲୁ ଦାସ ଏବଂ ଅନ୍ୟମାନେ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଗୋଟ ଅଫ ଇଣ୍ଡିଆ ତରଫରୁ ଚିନ୍ମୟ ଦାସଙ୍କ ସମେତ ପିଏସଏ ମାନଙ୍କୁ ଅନୁଷ୍ଠାନ ତରଫରୁ ମାନପତ୍ର ଦିଆଯାଇ ସମ୍ମାନିତ କରାଯାଇଥିଲା ।