ଅଶାଳୀନ ପୋଷାକ ପିନ୍ଧିବା ପଡ଼ିଲା ମହଙ୍ଗା : ଉର୍ଫିଙ୍କୁ ବାନ୍ଧିଲା ପୋଲିସ

ମୁମ୍ବାଇ : ଉର୍ଫି ଜାଭେଦ ତାଙ୍କର ଅଜବ ଗଜବ ଡ୍ରେସ ଏବଂ ବୋଲ୍ଡ ଅନଦାଜ ପାଇଁ ଶବୁବେଳେ ଲାଇମ ଲାଇଟରେ ରୁହନ୍ତି । ଉର୍ଫି ତାଙ୍କର ପୋଷାକ ପାଇଁ ମଧ୍ୟ ସୋସିଆଲ ମିଡିଆରେ ଚର୍ଚ୍ଚରେ ରୁହନ୍ତି । ପୋଶାକ ପାଇଁ ଆଳେଚନା ହେବା କିଛି ନୂଆ କଥା ନୁହେଁ । ପ୍ରତିଥର ଉର୍ଫି କିଛି ନୂଆ ଶୈଲୀର ପୋଶାକ ପିନ୍ଦି ଆଳେଚନାର ବିଷୟକୁ ଆସନ୍ତି । କିନ୍ତୁ ଏଥର ଅଶାଳୀନ ପୋଷାକ ପିନ୍ଧିବା ପଡିଲା ମହଙ୍ଗା । ଉର୍ଫିଙ୍କୁ  ଅଜବ ପୋଷାକ କାରଣରୁ ବାନ୍ଧିଲା ପୋଲିସ ।

ଉର୍ଫିଙ୍କର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି। ଭିଡିଓ‌ରେ ସେ ରେସ୍ତୋରାଁ ଥିବାର ଦେଖବାକୁ ମିଳିଛି। ସେଠାରେ ମହିଳା ପୋଲିସ କର୍ମୀ ଆସି ତାଙ୍କ ହାତ ଧରି ନେଇ ଯାଉଛନ୍ତି। ଉର୍ଫି ଚିଲେଇ ଚିଲେଇ ଥାନା କାହିଁକି ଯିବି ବୋଲି ପଚାରୁଥିବା ବେଳେ ସେ ଥନାକୁ ଗଲେ ହିଁ ସବୁ ଜାଣିପାରି‌ବେ ବୋଲି ପୁଲିସ୍‌ କହୁଥିବାର ଶୁଣିବାକୁ ମିଳୁଛି।

ଏହି ଭିଡିଓରେ ସୋସିଆଲ୍‌ ମିଡିଆରେ ବ୍ୟବହାରକାରୀ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି। ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘‘ଓଭର୍‌ଆକ୍ଟିଂ ପାଇଁ ୫୦ ଟଙ୍କା କାଟିଦିଅ’’। ଅନ୍ୟ ଜଣେ ଲେଖିଛନ୍ତି, ‘‘ଲୋକ ଖବରରେ ରହିବା ପାଇଁ କ’ଣ କ’ଣ ନକରୁଛନ୍ତି!’’