ଗୁଣୁପୁର: ରାୟଗଡ଼ା ଜିଲା ଗୁଣୁପୁର ଟ୍ରେଜେରି ଅଫିସ୍ ନିକଟ ଅସ୍ଥାୟୀ କଲୋନୀରେ ଆଜି ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ନିଆଁରେ ପୋଡ଼ି ହୋଇ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଆହତ ହୋଇଛନ୍ତି। ମୃତକ ହେଲେ ପ୍ରଭାତି ସାନପଲେଇ( ୫୦)। ତାଙ୍କ ସ୍ବାମୀ ଓ ଶିଶୁ ଆହତ ହୋଇଛନ୍ତି।ଗୁରୁତର ଦ୍ବୟ ବାପା-ଝିଅ ବର୍ତ୍ତମାନ ଗୁଣୁପୁର ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି। ଏଥିସହ ତିନୋଟି ପରିବାରର ୮ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି। ଗୁଣୁପୁର ଦମକଳ ବାହିନୀ ନିଆଁ ଲିଭା କାର୍ୟ୍ୟରେ ନିୟୋଜିତ ଅଛନ୍ତି। ସର୍ଟ ସର୍କିଟରୁ ନିଆଁ ଲାଗିଥିବା କୁହାଯାଉଛି । ଘଟଣା ସ୍ଥଳରେ ସ୍ଥାନୀୟ ସହକାରୀ ଜିଲାପାଳ, ଗୁଣୁପୁର ତହସିଲଦାର୍ ଓ ଅତିରିକ୍ତ ତହସିଲଦାର୍ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି। ବର୍ତ୍ତମନ ସୁଦ୍ଧା ଅଗ୍ନିକାଣ୍ଡରେ କ୍ଷୟକ୍ଷତିର ଆକଳନ କରା ଯାଇପାରି ନାହିଁ ।