ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟି ଜଳିଗଲା ଟ୍ରକ୍

ଯାଜପୁର / ଟୁନା ଗୁରୁ: ଜଳିଗଲା ଛିଡା ହୋଇଥିବା ଟ୍ରକ । ଯାଜପୁର ଜିଲ୍ଲା କୋରେଇ ଥାନା ଅନ୍ତର୍ଗତ ୨୦ ନଂ ଜାତୀୟ ରାଜପଥ ନୂଆଗଡ ଗ୍ରାମରେ ଘଟିଛି ଏଭଳି ଅଘଟଣ । ସୂଚନା ଅନୁଯାୟୀ, ରାତ୍ରି ସମୟରେ ନୂଆଗଡା ଗ୍ରାମ ମଙ୍ଗଳା ମନ୍ଦିର ନିକଟରେ ଛିଡା ହୋଇଥିବା ଏକ ଟ୍ରକ (ଓଡି୦୯ଜି୫୯୧୯) ଟି ଅଚାନକ ଚଳିଯାଇଥିଲା । ତେବେ ଖବର ପାଇ ଯାଜପୁର ଦମକଳ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଅାଁକୁ ଅୟତ କରିବା ସହିତ ଗାଡି ଚାଳକଙ୍କୁ ଉଦ୍ଧାର କରିଥିବା କୁହାଯାଉଛି । ତେବେ ଟ୍ରକଟି ଡୁବୁରୀରୁ କେନ୍ଦୁଝର ଅଭିମୁଖେ ଯାଉଥିବା କୁହାଯାଉଥିବା ବେଳେ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି ।