ଟ୍ରେନ୍ ଟଏଲେଟ୍ରୁ ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣା; ୬ ମାସ ପରେ ଅଭିଯୁକ୍ତ ସ୍ୱାମୀ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱର ଏକ୍ସପ୍ରେସ ଟ୍ରେନ୍ ଟଏଲେଟ୍ରୁ ମହିଳାଙ୍କ ତଣ୍ଟିକଟା ମୃତଦେହ ଉଦ୍ଧାର ଘଟଣା । ଘଟଣାର ୬ ମାସ ପରେ ପର୍ଦ୍ଦାଫାଶ କଲା ପୁଲିସ । ଅଭିଯୁକ୍ତ ସ୍ୱାମୀ ସୁରତରୁ ଗିରଫ । ଅଭିଯୁକ୍ତକୁ ସୁରତରୁ ଗିରଫ କରି ଓଡିଶା ଆଣୁଛି ଜିଆରପି । ଅଭିଯୁକ୍ତଙ୍କର ଦ୍ୱିତୀୟ ସ୍ତ୍ରୀ ଥିଲେ ମୃତ ମହିଳା । ସ୍ୱାମାକୁ ଗିରଫ ପରେ ଖୋଲିବ ହତ୍ୟାର ଗୁମର । ଏପ୍ରିଲ ୨୦ ଭୁବନେଶ୍ୱର-ଧନବାଦ ଏକ୍ସପ୍ରେସରୁ ମିଳିଥିଲା ଅଜଣା ମୃତଦେହ ମୃତଦେହ ।