ଓଏଏସ୍ ସ୍ତରରେ ଛୋଟଧରଣର ଅଦଳବଦଳ କଲେ ରାଜ୍ୟ ସରକାର

ଭୁବନେଶ୍ୱର : ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍‌‌) ସ୍ତରରେ ଶୁକ୍ରବାର ଛୋଟଧରଣର ଅଦଳବଦଳ କରାଯାଇଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ କାଜୁ ଉନ୍ନୟନ ନିଗମରେ ଏମ୍‌‌ଡି ଭାବେ କାର୍ଯ୍ୟରତ ଦୀପ୍ତି ମହାପାତ୍ରଙ୍କୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗରେ ଯୁଗ୍ମ ସଚିବ ଭାବେ ନିଯୁକ୍ତି ମିଳିଛି। ସୁକିନ୍ଦାର ସ୍ୱତନ୍ତ୍ର ଭୂ-ଅର୍ଜନ ଅଧିକାରୀ ନବକିଶୋର ଜେନାଙ୍କୁ ଯାଜପୁର ଅତିରିକ୍ତ ଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଛି।

ସେହିପରି ଫୁଲବାଣୀ ଆଇଟିଡିଏ ପିଏ ନରେଶ ଚନ୍ଦ୍ର ଶବରଙ୍କୁ ଗଜପତି ଛେଳିଗଡ଼ ଜଳସେଚନ ପ୍ରକଳ୍ପରେ ସ୍ୱତନ୍ତ୍ର ଭୂ-ଅର୍ଜନ ଅଧିକାରୀ ଭାବେ ବଦଳି କରାଯାଇଥିବା ବେଳେ ଯାଜପୁର ଅତିରିକ୍ତ ଜିଲ୍ଲାପାଳ ଦୁଖବନ୍ଧୁ ନାୟକଙ୍କୁ ସୁକିନ୍ଦା ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀ ଭାବେ ବଦଳି କରାଯାଇଛି। ଓଡ଼ିଶା ବିଧାନସଭାରେ ସରକାରୀ ଦଳର ମୁଖ୍ୟ ସଚେତକଙ୍କ ବ୍ୟକ୍ତିଗତ ସଚିବ ଥିବା ଚିନ୍ମୟ କୁମାର ଆଚାର୍ଯ୍ୟଙ୍କୁ ଭୁବନେଶ୍ୱର ସବଡିଭିଜିନାଲ ମାଜିଷ୍ଟ୍ରେଟ୍‌‌ ଭାବେ ବଦଳି କରାଯାଇଛି। ବଲାଙ୍ଗିର ଜିଲ୍ଲା ଅଗାଳପୁର ବିଡିଓ ଶଙ୍କର କେରକେଟାଙ୍କୁ ପରବର୍ତ୍ତୀ ନିଯୁକ୍ତି ପର୍ଯ୍ୟନ୍ତ ନଗର ଉନ୍ନୟନ ବିଭାଗକୁ ବଦଳି କରାଯାଇଥିଲା ବେଳେ କୁଚିଣ୍ଡା ଆଇଟିଡିଏ ପିଏ ଭାବେ କାର୍ଯ୍ୟରତ ହେମ ସାଗର ଭୋଇଙ୍କୁ କୁଚିଣ୍ଡା ଅତିରିକ୍ତ ଉପଜିଲ୍ଲାପାଳ ଭାବେ ବଦଳି କରାଯାଇଛି ।