‘ନମୋ ଭାରତ’କୁ ସବୁଜ ପତକା ଦେଖାଇବେ ମୋଦୀ ; ମାତ୍ର ୧୨ ମିନିଟରେ ଅତିକ୍ରମ କରିବେ ୧୭ କିଲୋମିଟର

ଦେଶରେ ପ୍ରଥମ ରାପିଡ ଟ୍ରେନ ପ୍ରଥମ ପର୍ଯ୍ୟାୟରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିବେ । ପ୍ରଥମ ପର୍ଯ୍ୟାୟରେ ‘ନମୋ ଭାରତ’ ଟ୍ରେନ ଗାଜିଆବାଦ ଦୁହାଇ ଡିପୋକୁ ଯିବ । ରାପିଡ ଏକ୍ସ ଟ୍ରେନର ନମୋ ଭାରତ କରାଯାଇଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗାଜିଆବାଦରେ ଦିଲ୍ଲୀ-ମେରଠ ଆରଆରଟିଏସ ରାପିଡେକ୍ସ ରେଳକୁ ଉଦଘାଟନ କରିଛନ୍ତି  । ଏଠାରେ ସେ ଅନଲାଇନରେ ଟିକେଟ କିଣି ଟ୍ରେନରେ ଯାତ୍ରା କରୁଥିବା ଦେଖିବାକୁ ମିଳିଛି  । ପ୍ରଧାନମନ୍ତ୍ରୀଙ୍କ ସହ ସ୍କୁଲ ପିଲାମାନେ ମଧ୍ୟ ଟ୍ରେନରେ ଯାତ୍ରା କରିବେ । ପୂର୍ବାହ୍ନ ୧୧ଟାରେ ଗାଜିଆବାଦର ହିଣ୍ଡନ ବିମାନ ବନ୍ଦରରେ ପ୍ରଧାନମନ୍ତ୍ରୀ ପହଞ୍ଚିଥିଲେ , ଯେଉଁଠାରେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରାଯାଇଥିଲା  ।  ଏହାପରେ ପୂର୍ବାହ୍ନ ୧୧ଟା ୧୫ରୁ ରାତି ୧୧ଟା ୫୦ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ପ୍ରଥମ ଆଞ୍ଚଳିକ ରାପିଡ୍ ଟ୍ରାନଜିଟ୍ ସିଷ୍ଟମ୍ (ଆରଆରଟିଏସ୍) କରିଡରର ଉଦଘାଟନ କରିଛନ୍ତି । ଏହା ସହ ସେ ଟ୍ରେନକୁ ସବୁଜ ପତାକା ଦେଖାଇ ଶୁଭ ଉଦଘାଟନ କରିଲେ  ।

ମିଳିଥିବା ସୂଚନା ଅନୁଯାୟୀ, ଅକ୍ଟୋବର ୨୧ରୁ ସାଧାରଣ ଲୋକ ରାପିଡ୍ ଏକ୍ସ ଟ୍ରେନରେ ଯାତ୍ରା କରିପାରିବେ।ରାପିଡ୍-ଏକ୍ସ ଟ୍ରେନ୍ ଏବେ ‘ନମୋ ଭାରତ’ ନାମରେ ପରିଚିତ ହୋଇଛି । ଦିଲ୍ଲୀ-ଗାଜିଆବାଦ-ମେରଠ ଆରଆରଟିଏସ୍ କରିଡରର ୧୭ କିଲୋମିଟର ପ୍ରାଥମିକତା ସେକ୍ସନ ଅକ୍ଟୋବର ୨୧ ତାରିଖରୁ ଯାତ୍ରୀମାନଙ୍କ ପାଇଁ ଖୋଲାଯିବ। ୮୨ କିଲୋମିଟର ଦୀର୍ଘ ଦିଲ୍ଲୀ-ମିରଟ-ଗାଜିଆବାଦ କରିଡରରେ ୧୭ କିଲୋମିଟର ର ପ୍ରାଥମିକତା ସେକ୍ସନ ଦୁହାଇ-ସାହିବାବାଦ ମଧ୍ୟରେ ଟ୍ରେନ୍ ଚଳାଚଳ କରିବ।