କେନ୍ଦୁଝର: ପାର୍ବଣ ଋତୁରେ ଦୁର୍ବୃତ ଙ୍କ ରାଜ । କେଉଁଠି ସିସି କ୍ୟାମେରା ଭାଙ୍ଗି ଲୁଟିଲେଣିତ କେଉଁଠି ବନ୍ଦୁକ ଦେଖାଇ ଲୁଟୁଛନ୍ତି । ଏପରି ଏକ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ନୟାକୋଟ ଥାନା ଫୁଲଝରା ପେଟ୍ରୋଲ ପମ୍ପରେ । ଦୁର୍ବୁତ ମାନେ ପୋଟ୍ରୋଲ ପମ୍ପକୁ ଆସି ଫାଙ୍କାରେ ୫ ରାଉଣ୍ଡ ଗୁଳି କରି ଲୁଟ ନେଇଛନ୍ତି ୫ଲକ୍ଷ ଟଙ୍କା । ତେବେ ଏ ନେଇ ଖବର ପାଇ ପୁଲିସ ଓ ଫରେନସିକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ପେଟ୍ରୋଲ ପମ୍ପର ସିସିଟିଭ ଭାଙ୍ଗି ବନ୍ଧୁକ ମୁନରେ ଦୁର୍ବୃତ୍ତ ମାନେ ଏହି ଲୁଟ୍ କରିଛନ୍ତି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି।