ଗଞ୍ଜାମ/ରଜନୀକାନ୍ତ ପାତ୍ର: ହିଞ୍ଜିଳି ପୋଲିସ ପକ୍ଷରୁ ହିଞ୍ଜିଳିକାଟୁ ସ୍ଵଂୟ ଶାସିତ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ହିଞ୍ଜିଳି ଥାନା ଅଧିକାରୀ ଶ୍ରୀନିବାସ ସେଠି ଙ୍କ ତତ୍ୟବଧାନ ରେ ଏକ ସାଇବାର ସୁରକ୍ଷା ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଥିଲା। ଏହାର କାର୍ୟ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଅତିରକ୍ତ ଆରକ୍ଷୀ ଅଧିକ୍ଷକ ରଞ୍ଜିତ କୁମାର ପୃଷ୍ଟି ଅନ୍ୟ ଅତିଥି ଭାବେ ଆସ୍କା ଉପଖଣ୍ଡ ଅଧିକାରୀ ଉମା ଶଙ୍କର ସିଂ , ହିଞ୍ଜିଳିକାଟୁ ପୌର ପରିଷଦ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ପଲେଇ ପ୍ରମୁଖ ମଞ୍ଚାସୀନ ଥିଲେ। ଏହି କାର୍ୟ୍ୟକ୍ରମ ରେ ଅନଲାଇନ୍ ଠକେଇ, ସାଇବର ଠକ ଉପରେ ଛାତ୍ରଛାତ୍ରୀଙ୍କୁ ସଚେତନତା କରିଥିଲେ। ଏହି କାର୍ୟ୍ୟକ୍ରମରେ ସାଇବର ସଚେତନତା ରଥକୁ ଛାତ୍ରଛାତ୍ରୀ ମାନ ସ୍ବାଗତ କରିଥିଲେ ।