୧୬ ନମ୍ବର ଜାତୀୟ ରାଜପଥ ଉଗ୍ରତାରା ଛକ ନିକଟରେ ସିରିଜ ଦୁର୍ଘଟଣା; ୩ ବାଇକକୁ ପିଟିଲା ଟାଟା ଏସ

ଟାଙ୍ଗି/ରାକେଶ ଜଗଦେବ: ୧୬ ନମ୍ବର ଜାତୀୟ ରାଜପଥ ଉଗ୍ରତାରା ଛକ ନିକଟରେ ସିରିଜ ଦୁର୍ଘଟଣା । ୩ ବାଇକକୁ ପିଟିଲା ଟାଟା ଯୋଦ୍ଧା ଗାଡ଼ି । ୩ ବାଇକ ଭାଙ୍ଗି ଚୂରମାର । ବାଇକୁ ପିଟିବା ପରେ ରାସ୍ତା କଡ଼ରେ ଥିବା ଦୋକାନ ଘର ଭିତରେ ପଶିଗଲା ଟାଟା ଗାଡି । ଅଳ୍ପକେ ବର୍ତ୍ତିଲେ ଦୋକାନରେ ବସିଥିବା ଦୋକାନ ମାଲିକ । ଦୁର୍ଘଟଣା ଘଟିବା ପରେ ଟାଟା ଗାଡି ଅଟୋ ଚାଳକ ଅଟକ । ଗାଡ଼ିଟି ଭୁବନେଶ୍ୱର ରୁ ବ୍ରହ୍ମପୁର ଯାଉଥିବା ବେଳେ ଘଟିଛି ଦୁର୍ଘଟଣା । ଘଟଣା ସ୍ଥଳରେ ଭୂଷଣ୍ଡପୁର ଫାଣ୍ଡି ଅଧିକାରୀ ପହଞ୍ଚି ତଦନ୍ତ କରୁଛନ୍ତି ।