ଭୁବନେଶ୍ୱର: ବିୟର ନ ମିଳିବାରୁ ବାର କର୍ମଚାରୀଙ୍କୁ ମାଡ଼ । ଘଟଣା ଘଟିଛି ନୟାପଲ୍ଲୀ ଇନ୍ଦ୍ରଧନୁ ମାର୍କେଟ ନିକଟରେ ଥିବା ଏକ ବାରରେ । ରାତି ୧୨ ଟାରେ କିଛି ଯୁବକ ବିୟର ପାଇଁ ବାରକୁ ଯାଇଥିଲେ । ବାର କର୍ମଚାରୀ ବିୟର ଦେବାକୁ ମନା କରିବାରୁ ଆକ୍ରମଣ କରିଥିଲେ । ବାର କର୍ମଚାରୀଙ୍କୁ ଛୁରୀରେ ଆକ୍ରମଣ କରିଥିବା ନେଇ ଅଭିଯୋଗ । ଖବର ପାଇ ନୟାପଲି ପୋଲିସ ପହଂଚି ଆହତ ବାର କର୍ମଚାରୀଙ୍କୁ ଉଦ୍ଧାର କରିଥିଲା । ଆକ୍ରମଣ କରିଥିବା ୩ ଜଣଙ୍କୁ ଅଟକ ରଖିଛି ନୟାପଲ୍ଲୀ ଥାନା ପୋଲିସ ।