ଚାନ୍ଦବାଲି / ଵିଜୟ ମହାଳିକ : ଅଗ୍ନିକାଣ୍ଡରେ ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତି । ଚାନ୍ଦବାଲି ବ୍ଲକ ଜଳଧରପୁର ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ଘଟି ଜଗନ୍ନାଥ ନାୟକଙ୍କ ଘରେ ଥିବା ଏକ ବାଇକ ସହିତ ଦୁଇ ବଖରା ଘର ଜଳି ପୋଡି ପାଉଶ ହୋଇଯିବା ସହ ଲକ୍ଷାଧିକ ଟଙ୍କାର ଆସବାପତ୍ର ପୋଡି ଜଳି ଯାଇଛି । ତେବେ ଅଗ୍ନିକାଣ୍ଡ ଟି ଇଲେଟ୍ରିକ ସଟ ସର୍କିଟ ଯୋଗୁ ହୋଇଥିବା ବେଳେ ନିଅାଁଟି ଘରେ ଅଧିକ ବ୍ୟାପିବାରୁ ଘାରେ ଥିବା ଏକ ଗ୍ଲାମର ବାଇକରେ ମଧ୍ୟ ନିଆଁ ଲାଗିଯାଇଥିଲା ଯାହା ଫଳରେ ବାଇକ ଟାଙ୍କି ଫାଟିବାରୁ ନିଆଁ ଟି ସଙ୍ଗେ ସଙ୍ଗେ ଚାରିଆଡକୁ ବ୍ୟାପିଯାଇଥିଲା ଯାହା ଫଳରେ ଘରେ ଥିବା ସୁନା ଅଳଙ୍କାର ଓ ଟଙ୍କା ପଇସା ସହିତ ଅତି ଆବଶ୍ୟକ କାଗଜପତ୍ର ପୋଡି ପାଉଁଶ ହୋଇଯାଇଥିବା ସୂଚନା ମିଳିଛି। ତେବେ ଖବର ପାଇ ଚାନ୍ଦବାଲି ଦମକଳ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାପଡ଼ିଛି।