ଅଯୋଧ୍ୟା: ଅଯୋଧ୍ୟାରେ ରାମ ମନ୍ଦିର ଆସନ୍ତା ଜାନୁଆରୀ ୨୨ ତାରିଖରେ ପ୍ରତିଷ୍ଠା କରାଯିବ । ଏଥି ନିମନ୍ତେ ଶ୍ରଦ୍ଧାଳୁ ମାନଙ୍କୁ ମଧ୍ୟ ଦର୍ଶନ ପାଇଁ ଛଡା ଯିବ ବୋଲି କୁହାଯାଉଛି । ଏନେଇ ମନ୍ଦିର ନିର୍ମାଣ କମିଟି ସଭାପତି ନୃପେନ୍ଦ୍ର ମିଶ୍ର ଗତ କାଲି ସୂଚନା ଦେଇଛନ୍ତି । ତାଙ୍କ କହିବା ଅନୁଯାୟୀ ଜାନୁଆରୀ ୨୦ରୁ ୨୪ ତାରିଖ ମଧ୍ୟରେ ମନ୍ଦିର ପ୍ରତିଷ୍ଠା ସହିତ ଭଗବାନ ଶ୍ରୀରାମ ଅନ୍ୟାନ୍ୟ ଦେବବେବୀଙ୍କ ପ୍ରାଣ ପ୍ରତିଷ୍ଠା ହେବ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉପସ୍ଥିତ ରହିବେ । ତେବେ ତିନି ମହଲା ବିଶିଷ୍ଟ ମନ୍ଦିର ତଳ ମହଲାର ନିର୍ମାଣ କାମ ଡିସେମ୍ବର ସୁଦ୍ଧା ଶେଷ ହୋଇଯିବ ବୋଲି କହିଛନ୍ତି ଶ୍ରୀ ମିଶ୍ର । ମନ୍ଦିରର ଶିଖରରେ ଏପରି ଡିଜାଇନ କରାଯାଉଛି ଯେପରିକି ପ୍ରତିବର୍ଷ ରାମନବମୀ ଦିନରେ ସୂର୍ୟ୍ୟଙ୍କ କିରଣ ଗର୍ଭଗୃହରେ ଥିବା ଭଗବାନ ଶ୍ରୀରାମ ମୁଣ୍ଡରେ ପଡିବ। ଏହି ଡିଜାଇନକୁ ବେଙ୍ଗାଲୁରୁରେ ନିର୍ମାଣ କରାଯାଉଥିବା ବେଳେ ଏହାକୁ ବୈଜ୍ଞାନିକମାନେ ତଦାରଖ କରୁଛନ୍ତି।