ଭୁବନେଶ୍ୱର : ବିଧାନସଭା ମୌସୁମୀ ଅଧିବେଶନର ଚତୁର୍ଥ ଦିନ । ଆଜି ରହିଛି ବିଭିନ୍ନ ବିଭାଗର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ । କୃଷି କୃଷକ ଶସକ୍ତିକରଣ, ଉଚ୍ଚଶିକ୍ଷା, ବିଦ୍ୟାଳୟ ଓ ଗଣଶିକ୍ଷା, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ , ଶ୍ରମ ଓ କର୍ମଚାରୀ ରାଜ୍ୟ ବିମା, ସମବାୟ, ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ଆଜି ପ୍ରଶ୍ନକାଳ ରହିଛି । ଏହାରି ମଧ୍ୟରେ ଗୃହରେ ଉତ୍ତର ରଖିଥିଲେ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ । ରାଜ୍ୟରେ ସରକାରୀ ମହାବିଦ୍ୟାଳୟ ସଂଖ୍ୟା ୨୩୭୩ ରହିଛି । ସେଥରୁ ଖାଲି ପଡ଼ିଥିବା ଅଧ୍ୟାପକ ସଂଖ୍ୟା ୩୮୫ । ପୁର୍ଣ୍ଣ ଅନୁଦାନପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟ ସଂଖ୍ୟା ୨୯୮ । ମଞ୍ଜୁରୀ ପ୍ରାପ୍ତ ଅଧ୍ୟାପକ/ଅଧ୍ୟାପିକା ସଂଖ୍ୟା ୨୩୭୩ । ଖାଲି ପଡ଼ିଥିବା ଅଧ୍ୟାପକ ସଂଖ୍ୟା ୧୦୬୫ । ଆଉ ଏହି ୧୦୬୫ ଅଧ୍ୟାପକ ପଦବୀ ପୂରଣ ଲାଗି ଏସଏସବିଙ୍କୁ ନିର୍ଦେଶ ଦିଆଯାଇଛି ।