ସେପ୍ଟେମ୍ବର ୨୮ରେ ସିନେମା ହଲରେ ମୁକ୍ତିଲାଭ କରିବ “ଦ ଭ୍ୟାକ୍ସିନ ୱାର”

ବ୍ୟୁରୋ: ସେପ୍ଟେମ୍ବର ୨୮ରେ ସିନେମା ହଲରେ ମୁକ୍ତିଲାଭ କରିବ “ଦ ଭ୍ୟାକ୍ସିନ ୱାର” । ଏହି ମୁଭିରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ନାନା ପାଟେକର । ଏହି ଚଳଚ୍ଚିତ୍ରରେ କୋଭିଡ ମହାମାରି ସମୟର ସମସ୍ତ ଦୃଶ୍ୟ ଚିତ୍ରଣ କରାଯାଇଛି । କୋଭିଡ ମହାମାରୀର ଆପାତ୍ତକାଳୀନ ପରିସ୍ଥିତିରେ ଅନେକ ଲୋକ ପ୍ରଭାବିତ ହୋଇଥିବା ବେଳେ ଅନେକ ଲୋକଙ୍କ ଜୀବନ ହାନୀ ହୋଇଛି । ଶବ ପାଇଁ ଶ୍ମଶାନର ଅଭାବ ପଡିଛି । ଲୋକ ବାଧ୍ୟ ହୋଇ ନଦୀ ସମୁଦ୍ରକୁ ମୃତ ଲୋକଙ୍କ ଦେହକୁ ପକାଇଦେଇଥିବା ବେଳେ ଅନେକଙ୍କୁ ମାଟି ତଳେ ପୋତି ପକାଇଥିଲେ । କୌଣସି ଔଷଧ ଯେତେବେଳେ କାମ କରିନଥିଲା ,ସେତେବେଳ କୋଭିଡ ଟିକା ଅସ୍ତ୍ର ପରି କାମ କରିଥିଲା । ଆଉ ସାମାଜିକ ଦୂରତା ଲୋକଙ୍କୁ ବଞ୍ଚାଇଥିଲା । ଏସବୁର ଦୃଶ୍ୟକୁ ଏହି “ଦ ଭ୍ୟାକ୍ସିନ ୱାର” ଚଳଚ୍ଚିତ୍ର ମାଧ୍ୟମରେ ପ୍ରଦର୍ଶନ କରାଯାଇଛି ।
“ଦ ଭ୍ୟାକ୍ସିନ ୱାର” ଚଳଚ୍ଚିତ୍ରରେ ନାନା ପାଟେକର ତାଙ୍କ ଭୂମିକାକୁ ଖୁବ୍ ନିଖୁଣ ଭାବେ ପ୍ରଦର୍ଶନ କରିଛନ୍ତି । ଆଉ ନାନା ପାଟେକରଙ୍କ ଭୂମିକାକୁ ପ୍ରଶଂସା କରିଛନ୍ତି ପୂର୍ବତନ ଆଇସିଏମଆର ଡିଜି ଡ.ବଳରାମ ଭରଭା । ସେ କହିଛନ୍ତି ନାନା ପାଟେକର ଜଣେ ମହାନ ଅଭିନେତା ଏବଂ ଲୋକ। ଆଉ ତାଙ୍କର ଏହି ଅଭିନୟକୁ ଲୋକମାନେ ଆଜୀବନ ସ୍ମରଣ ରଖିବେ । “ମୁଁ ଫିଲ୍ମ ଦେଖିଛି ଏବଂ ଅନୁଭବ କରୁଛି ଯେ ନାନା ପାଟେକର ମୋ ଭୂମିକାରେ ନ୍ୟାୟ ଦେଇଛନ୍ତି। କୋଭିଡ ଟୀକାକରଣର ବିକାଶ ଉପରେ ସେ କହିଛନ୍ତି, “ଟୀକା ବିକାଶରେ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସରକାରଙ୍କ ସାମଗ୍ରିକ ଆଭିମୁଖ୍ୟ ଏବଂ ଗତିଶୀଳ ନେତୃତ୍ୱ ଯୋଗୁଁ ଆମେ କୋଭିଡ ଉପରେ ବିଜୟ ହାସଲ କରିପାରିଥିଲୁ।”