ବାଲେଶ୍ୱର : ବାଲେଶ୍ୱର ସୋରରେ ଦିନ ଦ୍ୱିପ୍ରହରେ ବୁଲିଲା ତେଲେଙ୍ଗାନା କଟୁରୀ l କେହି କିଛି ବୁଝିବା ପୂର୍ବରୁ ଗୋଡ଼ାଇ ଗୋଡାଇ ହlଣିଲେ ଯୁବକଙ୍କୁ l ବାଲେଶ୍ୱର ସୋର ବରଫକଳ ଛକ ଠାରେ ଥିବା ଦେଶୀ ମଦ କାଉଣ୍ଟର ସମ୍ମୁଖରେ ଖଣ୍ଡାସାହି ଗ୍ରାମର ଗଣେଶ ସିଂଙ୍କୁ ହାଣିଲେ ଦୁଇ ଯୁବକ l ପୁରୁଣା ବାଲେଶ୍ବର ଅଞ୍ଚଳର ଦୁଇ ଯୁବକ ଗଣେଶକୁ ହାଣି ଫେରାର ହୋଇଯାଇଛନ୍ତି l ପୋଲିସର ତନାଘନା ଜାରି l ଜଣାଯାଏ ଦେଶି ମଦ କିଣା ବିକା ନେଇ ଉଭୟ ମଧ୍ୟରେ ଝଗଡା ହୋଇଥିଲା l ପରେ ଏଥିରେ ଉତକ୍ଷିପ୍ତ ହୋଇ ବାଲେଶ୍ୱରରୁ ଆସିଥିବା ଦୁଇ ଜଣ ଯୁବକ ହଠାତ ଗଣେଶ ସିଂଙ୍କୁ ଅଚାନକ ହlଣି ଥିଲେ l ଗୁରୁତର ଅବସ୍ଥାରେ ସୋର ମେଡିକାଲରେ ଯୁବକଙ୍କୁ ଭର୍ତ୍ତିକରାଯାଇଛି l ପୋଲିସ ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଛି l