ଭୁବନେଶ୍ୱର: ବିଭିନ୍ନ ଦାବି ନେଇ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ଆଗରେ ସଫେଇ କର୍ମଚାରୀଙ୍କ ଧାରଣା । କ୍ୟାପିଟାଲ ହସ୍ପିଟାଲ ର ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁଙ୍କ ବିରୋଧରେ ନାରାବାଜି କରି ପ୍ରତିବାଦ କରିଛନ୍ତି ସଫେଇ କର୍ମଚାରୀ । ସଫେଇ କର୍ମଚାରୀମାପଙ୍କୁ ବିଭିନ୍ନ ସମୟରେ ନିାର୍ଦ୍ଦଶକ ଦୁର୍ବ୍ୟବହାର କରୁଥିବର ଅଭିଯୋଗ ଆଣିଛନ୍ତି ଆନ୍ଦୋଳନକାରୀ । ଏହାସହ ସାଫଇ କର୍ମଚାରୀଙ୍କୁ EPF EST ରେ ପଞ୍ଜିକୃତ କରାଇବା, କର୍ମଚାରୀମାନଙ୍କୁ ବିନା ପ୍ରମାଣରେ କାମରୁ ନିବୃତ ନ କରାଇବା, ଦୁର୍ଗା ପୂଜାରେ ବୋନଓ ଭଳି ବିଭିନ୍ନ ଦାବୀ ନେଇ ସଫେଇ କର୍ମଚାରୀ ମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।
ତେବେ ଏନେଇ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ କହିଛନ୍ତି ଯେ, ଆମେ ସଫେଇ କର୍ମଚାରୀମାନଙ୍କ ସହ ଆଲୋଚନା କରୁଛୁ । ତାଙ୍କର ମୌଳିକ ଦାବିଗୁଡିକ ଆମେ ମାନିନେଇଛୁ । ମାତ୍ର ସେମାନେ ଲୋନ ଆକାରରେ ନୂତନ ଟେଣ୍ଡରଧାରୀ କମ୍ପାନୀକୁ ଟଙ୍କା ମାଗୁଛନ୍ତି । ଯେଉଁଟା କି ସମ୍ଭବପର ନୁହେଁ, ତେଣୁ ସେମାନେ ଆନ୍ଦୋଳନ କରୁଛନ୍ତି । ଆନ୍ଦୋଳନ ଫଳରେ ଚିକିତ୍ସାରେ ମଧ୍ୟ ବାଧା ଉପୁଜୁଛି ।