ବିଷମକଟକ (ରବୀନ୍ଦ୍ର କୁମାର ସାହୁ) : ରାୟଗଡ଼ା ଜିଲ୍ଲା ଅବକାରୀ ସ୍କାଡ୍ ଓ ବିଷମକଟକ ଅବକାରୀ ପୋଲିସ ମିଳିତ ଚଢାଉରେ ବିଷମ କଟକ ଅବକାରୀ ଅଞ୍ଚଳର, ବୋରିଖାଲ ଓ ଲଟାଗୁଦା ଅଞ୍ଚଳରୁ ଚାରି ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଗୋଟାଏ ବାଇକ୍ ଜବତ କରାଯାଇଛି । ଅଭିଯୁକ୍ତ ମାନଙ୍କ ଠାରୁ ୬୪ ଲିଟର ଦେଶି ମହୁଲି ମଦ ଓ ଗୋଟିଏ ବାଇକ୍ ଜବତ କରାଯାଇଛି । ଏହାସହ ୨ହଜାର ପଚାଶ ଲିଟର ମହୁଲ ପୋଚ ଓ ୧୭୯ ଲିଟର ହାତ ରନ୍ଧା ମହୁଲ ମଦ ନଷ୍ଟ କରାଯାଇଛି । ଗିରଫ ଅଭିଯୁକ୍ତ ମାନେ ହେଲେ ନରେନ୍ଦ୍ର ହିଆଲ୍ (୩୨), ସନ୍ୟାସୀ ତୁଇକା (୫୦), ଲୋକନାଥ ହିକକା (୫୨) ସହ ଜଣେ ମହିଳା ଗିରଫ ହୋଇଛନ୍ତି। ଗିରଫ ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏହି ମିଳିତ ଚଢ଼ାଉରେ ରାୟଗଡା ଜିଲ୍ଲା ମୋବାଇଲ ନୀରିକ୍ଷକ ହିତାଂଶୁ ଶେଖର ମଲ୍ଲିକ,ବିଷମକଟକ ଅବକାରୀ ଥାନା ଅଧିକାରୀ ପଙ୍କଜ ନାୟକ, ମୁନିଗୁଡା ଅବକାରୀ ଥାନ ଅଧିକାରି ବିଷ୍ଣୁ ପଦା, ଏ.ଏସ.ଆଇ ରମଜାନ୍ ଖାନ୍,ଏ.ଏସ.ଏଇ ସନ୍ତୋଷ କୁମାର ସେଠିଙ୍କ ସହ ବହୁ ଅବକାରୀ କନେଷ୍ଟେବୁଲ ସାମିଲ ଥିଲେ ।