ମିନାଝୋଲା ଶୈାବପିଠ ନିକଟସ୍ଥ ବଂଶଧାରା ନଦୀରେ ଭାସିଗଲେ ଦୁଇ ଜଣ ଶିଶୁ

ଗୁଣପୁରରୁ (ଦୀପକ କୁମାର ପଣ୍ଡା): ରାୟଗଡା ଜିଲ୍ଲା ଚନ୍ଦ୍ରପୁର ମିନାଝୋଲା ଶୈାବ ପିଠ ନିକଟରେ ଅଘଟଣ। ବଂଶଧାରା ନଦୀ ପାଣି ସ୍ରୋତରେ ଭାସିଗଲେ ଦୁଇଜଣ । ଦୁଇଜଣ  ମଧ୍ୟରେ ଜଣେ ନାବାଳାକ ରତ୍ନାକର ବଡନାୟକ ବୟସ ୯ ଆଉ ଜଣେ ନାବାଳିକା ସ୍ମୁତି ବଡସେଟ୍ ବୟସ ୧୦ ରହିଥିବା ସୂଚନା। ସମୁଦାୟ ପାଞ୍ଚଜଣ ଶିଶୁ ବଂଶଧାରା ନଦୀ ପାଣି ଖେଳୁଥିଲେ। ହଠାତ୍ ପାଣିର ସୁଅରେ ପଡିଗଲେ। ତିନିଜଣ ଶିଶୁ ବହୁ କଷ୍ଟରେ ନିଜେ ନିଜେ ନଦୀ କୁଳକୁ ଚାଲି ଆସିଥିଲେ ବୋଲି ଜଣାପଡିଥିଲା। ଆଉ ଦୁଇ ଜଣ କୁଳକୁ ଆସିପାରିନଥିଲେ। ଦୁଇ ଜଣକ ଘର କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକ୍ ଶ୍ରିରାମପୁର ଗ୍ରାମ ବୋଲି ଜଣାପଡିଛି। ଘଟଣା ସ୍ଥଳରେ ଚନ୍ଦ୍ରପୁର ଦମକଳ ବାହିନୀ ଓ ଭାମିନି ଦ୍ବିତୀୟ ଆଇଆର୍ବିଏନ୍ କ୍ୟାମର  ଓଡ୍ରାଫ୍ ଟିମ୍, ଟାପିରିକୁପୁଡା ଗ୍ରାମବାସି ମଧ୍ୟ ଖୋଜାଖୋଜି କରୁଥିବା ସୂଚନା ରହିଛି।