ପଥର ଖାଦାନରେ ବିସ୍ଫୋରଣ ଯୋଗୁଁ ୫ ଶ୍ରମିକ ଗୁରୁତର

ବାଲେଶ୍ୱର: ପଥର ଖାଦାନରେ ବିସ୍ଫୋରଣ ଯୋଗୁଁ ୫ ଜଣ ଗୁରୁତର । ବାଲେଶ୍ୱର ସୋରୋ ଥାନା ବାଗୁଡି ଖାଦାନରେ ଏହି ଦୁର୍ଘଟଣା ଘଟିଛି । ଗୁରୁତର ଅବସ୍ଥାରେ ଶ୍ରମିକଙ୍କୁ ସୋର ମେଡ଼ିକାଲ ଏବଂ ପରେ କଟକ ସ୍ଥାନାନ୍ତର କରାଯାଇଛି । ତେବେ ଖାଦାନ ଭିତରେ ଏବେ ବି ଶ୍ରମିକ ଦବି ରହିଥିବା ଜଣାପଡିଛି । ଆଜି ପୂର୍ବାହ୍ନରେ ପଥର ଖାଦାନରେ କାମ ହେଉଥିଲା ଏବଂ ଏହି ସମୟରେ ବିସ୍ଫୋରଣ ହୋଇଛି । ଉକ୍ତ ସମୟରେ ସେଠାରେ ଉପସ୍ଥିତ ଥିବା ଶ୍ରମିକଙ୍କ ଉପରେ ପଥର ଖଣ୍ଡମାନ ପଡ଼ିଥିଲା। ଫଳରେ ୫ ଜଣ ଗୁରୁତର ହୋଇ ପଡ଼ିଥିଲେ।
ଏଥିସହ ଏବେ ବି ଜଣେ ଶ୍ରମିକ ପଥର ତଳେ ଚାପି ହୋଇ ରହିଥିବା ଜଣାଯାଇଛି। ଖବର ପାଇ ପୁଲିସ୍ ଓ ଅଗ୍ନିଶମ କର୍ମଚାରୀ ତୁରନ୍ତ ଘଟଣାସ୍ଥଳ ଅଭିମୁଖେ ଯାଇଥିବା ଜଣାଯାଇଛି। ସୂଚନାଯୋଗ୍ୟ, ସୋରର ବାଗୁଡ଼ିରେ ବାରମ୍ବାର ଏପରି ଅଘଟଣ ଘଟୁଛି । ହେଲେ ପ୍ରଶାସନ ଏପରି ଘଟଣା ପ୍ରତି ଆଖି ବୁଜି ଦେଉଥିବା ଆଲୋଚନା ହେଉଛି।