ବର୍ତ୍ତମାନ ଋତୁର ପରିବର୍ତ୍ତନ ହେଉଛି । ପରିବର୍ତ୍ତନ ହେବା ସହିତ ଆମ ଖାଦ୍ୟ ଅଭ୍ୟାସରେ ମଧ୍ୟ ପରିବର୍ତ୍ତନ କରିବାକୁ ପରାମର୍ଶ ଦିଆଯାଏ । ଏହା ସହିତ କିଛି ହେଲଦି ଡ୍ରିଙ୍କ୍ସ ପିଇବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି । କିନ୍ତୁ ହେଲଦି ଡ୍ରିଙ୍କ୍ସ ଗୁଡ଼ିକ କେବଳ ଥଣ୍ଡା ଥାଏ ତାହା ନୁହେଁ କିଛି ଗରମ ହେଲଦି ଡ୍ରିଙ୍କ୍ସ ମଧ୍ୟ ରହିଥାଏ । ଆଜି ଆମେ ଆପଣଙ୍କୁ ଏପରି ଗରମ ହେଲଦି ଡ୍ରିଙ୍କ୍ସ ବିଷୟରେ ଜଣାଇବୁ, ଯାହା ପିଇବା ଦ୍ୱାରା କେବଳ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ ତାହା ନୁହେଁ ଏହା ତ୍ୱଚାକୁ ଗ୍ଲୋ ଏବଂ ହେଲଦି କରିଥାଏ । ଗ୍ଲୋଇଙ୍ଗ ଏବଂ ହେଲଦି ସ୍କିନ ପାଇଁ କ’ଣ କରିବା ଆସନ୍ତୁ ଜାଣିବା ।
ଗ୍ରୀନ୍ ଟି:
ଗ୍ରୀନ୍ ଟିରେ ଆଣ୍ଟିଅକ୍ସିଡାଣ୍ଟ ଏବଂ ଆଣ୍ଟି- ଇନଫ୍ଳାମେଟୋରୀ ଗୁଣ ଥାଏ । ଏହା ବ୍ରଣ ସମସ୍ୟାକୁ ଦୂର କରିବା ସହ ବୟସ ବଢ଼ିବାର ପ୍ରଭାବ ସହ ଲଢ଼ିବା ପାଇଁ ସାହାଯ୍ୟ କରିଥାଏ । ତେଣୁ ଯଦି ଆପଣ ୟଙ୍ଗ୍ ଦେଖାଯିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ଦିନର ଆରମ୍ଭ ଏହି ଚା’ରୁ କରନ୍ତୁ ।
ହର୍ବାଲ୍ ଟି:
ହର୍ବାଲ୍ ଟି, ଯେପରିକି ପେପରମିଣ୍ଟ, ଡାଣ୍ଡିଲିୟନ ଏବଂ ଗୋଲାପ ଆଦିରେ ପ୍ରସ୍ତୁତ ହେଉଥିବା ଚା’ ମଧ୍ୟ ତ୍ୱଚା ପାଇଁ ବହୁତ ଲାଭଦାୟକ ହୋଇଥାଏ । ଏହା ଭଟାମିନ, ମିନେରାଲ୍ସ ଏବଂ ଆଣ୍ଟିଅକ୍ସଡାଣ୍ଟରେ ଭରପୁର ଥାଏ, ଯାହା ଗ୍ଲୋଇଙ୍ଗ ସ୍କିନ ପାଇବାରେ ସାହାଯ୍ୟ କରିଥାଏ ।
ମସଲା ପାଣି:
ହଳଦୀ, ମେଥୀ ମଞ୍ଜି, ଡାଲଚିନି ଏବଂ ଜୀରା ଭଳି ମସଲାରେ ପ୍ରସ୍ତୁତ ହେଲଦି ଡ୍ରିଙ୍କ୍ସ ତ୍ୱଚାକୁ ଚମକାଇବା ସହିତ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ । ପାଣିରେ ଫୁଟାଇ ଏକ ସାଧା ଡ୍ରିଙ୍କ୍ସ ପ୍ରସ୍ତୁତ କରାଯାଇପାରିବ । ଏହା ତ୍ୱଚା ପାଇଁ ଚମତ୍କାର ଭାବେ କାମ କରିଥାଏ ।
ହଳଦୀ କ୍ଷୀର:
କେବଳ ହଳଦୀ ପାଣି ନୁହେଁ ବରଂ ହଳଦୀ କ୍ଷୀର ମଧ୍ୟ ଏକ ଚମତ୍କାର ଡ୍ରିଙ୍କ୍ସ ଭାବେ ଲାଭକାରୀ ହୋଇଥାଏ । ଏହି ଡ୍ରିଙ୍କ୍ସକୁ ଆପଣ ନିଜ ଡାଏଟରେ ସାମିଲ କରିପାରିବେ । ଏହି ଚମତ୍କାରୀ ମସଲା ପ୍ରାଚୀନ କାଳରୁ ହିଁ ନିଜର ଔଷଧୀୟ ଗୁଣ ପାଇଁ ବେଶ ଜଣାଶୁଣା ।