ବ୍ୟୁରୋ : କେନ୍ଦ୍ର ସରକାରଙ୍କ ନୂଆ ନିଷ୍ପତି ।କେନ୍ଦ୍ରୟ ବିଦ୍ୟାଳୟରେ ସାଂସଦ କୋଟା ସଂରକ୍ଷଣ ରଖିବାକୁ ମନା କରିଛନ୍ତି କେନ୍ଦ୍ର ସରକାର ।ସଂସଦର ସଦସ୍ୟଙ୍କ କୋଟା ଯୋଗୁଁ କେନ୍ଦ୍ରୀୟ ବିଦ୍ୟାଲଟର ପ୍ରତି ସେକ୍ସନରେ ୪୦ରୁ ଅଧିକ ଛାତ୍ର ନାମ ଲେଖାଉଛନ୍ତି । ଏହାଦ୍ୱାରା ଛାତ୍ର ଶିକ୍ଷକଙ୍କ ଅନୁପାତରେ ଅଧିକ ହୋଉଯାନ୍ତି ଯାହା ଫଳରେ ପାଠପଢା ଉପରେ ପ୍ରଭାବ ପଡୁଛି ।ନୂଆ ଶିକ୍ଷାନୀତି ୨୦୨୦ ଅନୁଯାୟୀ ଛାତ୍ର ଶିକ୍ଷକ ଅନୁପାତ ରହିବା ଜରୁରୀ ଏବଂ ସରକାର କୋଟାକୁ ସଂରକ୍ଷଣ ନ କରିବାକୁ ବିଚାର କରୁଛନ୍ତି ।
ଗତବର୍ଷ କେନ୍ଦ୍ରୀୟ ବିଦ୍ୟାଳୟରେ ପ୍ରବେଶ ପାଇଁ ସାଂସଦ ସମେତ ଅନ୍ୟ କୋଟା ସମାପ୍ତ କରିଦିଆଯାଇଥିଲା । କେନ୍ଦ୍ରୀୟ ବିଦ୍ୟାଳୟରେ ୪୦ ହଜାରରୁ ଅଧିକ ସିଟ୍ ଖାଲି କରିବା ଏହାର ଉଦ୍ଦେଶ୍ୟ ଥିଲା ।ଦେଶରେ ୧,୨୦୦ କେନ୍ଦ୍ରୀୟ ବିଦ୍ୟାଳୟ ରହିଛି । ଯେଉଁଥିରେ ୧୪.୩୫ ଲକ୍ଷ ଛାତ୍ର ପଢନ୍ତି । ୧୨ଶ ଯାଏଁ ପିଲା ପଢିବା ପାଇଁ ସ୍କୁଲରେ ସିଟ୍ ସୀମିତ ରହିଛି । ତେଣୁ କିଛି ପିଲା ହିଁ ଆଡମିଶନ କରିପାରୁଛନ୍ତି । ଲୋକସଭାରେ ୫୪୩ ଏବଂ ରାଜ୍ୟସଭାରେ ୨୪୫ ସାଂସଦ ସାମୁହିକ ରୂପେ କୋଟା ଯୋଗୁଁ ଏକ ବର୍ଷରେ ୭,୮୮୦ ପିଲାଙ୍କ ଏଣ୍ଟ୍ରି ପାଇଁ ସୁପାରିଶ ଆସୁଛି ।