ଲୋକମାନ୍ୟ ତିଲକ ପୁରସ୍କାରରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ପୁଣେ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଲୋକମାନ୍ୟ ବାଲ ଗଙ୍ଗାଧର ତିଲକ ଜାତୀୟ ପୁରସ୍ମାର ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଏନସିପି ମୁଖ୍ୟ ଶରଦ ପାୱାର ଉପସ୍ତିତ ଥିବା ବେଳେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଏବଂ ଅଜିତ ପାୱାର ମଞ୍ଚାସୀନ ଥିଲେ।

ସୂଚନାଯୋଗ୍ୟ, ଲୋକମାନ୍ୟ ତିଲକଙ୍କ ସମ୍ମାନାର୍ଥେ ୧୯୮୩ ମସିହାରେ ତିଲକ ସ୍ମାରକ ମନ୍ଦିର ଟ୍ରଷ୍ଟ ଦ୍ୱାରା ଏହି ପୁରସ୍କାରର ଆରମ୍ଭ କରାଯାଇଥିଲା। ଏହି ପୁରସ୍କାର ସେହି ଲୋକମାନଙ୍କୁ ପ୍ରଦାନ କରାଯାଏ, ଯେଉଁମାନେ ଦେଶର ଅଗ୍ରଗତି ଏବଂ ବିକାଶ ପାଇଁ କାର୍ୟ୍ୟ କରିଛନ୍ତି ଏବଂ ଯାହାଙ୍କ ଅବଦାନକୁ ଉଲ୍ଲେଖନୀୟ ଏବଂ ଅସାଧାରଣ କାର୍ୟ୍ୟ ଭାବରେ ବିବେଚନା କରାଯାଏ। ପ୍ରତ୍ୟେକ ବର୍ଷ ଅଗଷ୍ଟ ୧ ଲୋକମାନ୍ୟ ତିଲକଙ୍କ ଶ୍ରାଦ୍ଧବାର୍ଷିକୀରେ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ପ୍ରଧାନମନ୍ତ୍ରୀ ଏହି ପୁରସ୍କାର ପାଇଥିବା ୪୧ତମ ବ୍ୟକ୍ତି। ଏହା ପୂର୍ବରୁ ଡକ୍ଟର ଶଙ୍କର ଦୟାଲ ଶର୍ମା, ପ୍ରଣବ ମୁଖାର୍ଜୀ, ଅଟଳ ବିହାରୀ ବାଜପେୟୀ, ଇନ୍ଦିରା ଗାନ୍ଧୀ, ଡକ୍ଟର ମନମୋହନ ସିଂହ, ଏନ ଆର ନାରାୟଣ ମୂର୍ତ୍ତୀ, ଡକ୍ଟର ଇ ଶ୍ରୀଧରନ୍ ପ୍ରମୁଖ ବିଶିଷ୍ଟ ବ୍ୟକ୍ତିତ୍ବଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି।