ଭୁବନେଶ୍ୱର;ଭାରତର ବିତ୍ତୀୟ ବଜାର ସମ୍ପର୍କରେ ସାଧାରଣ ଲୋକଙ୍କ ଭିତରେ ସଚେତନତା ସୃଷ୍ଟି କରିବା ଲାଗି ଭୁବନେଶ୍ୱରଠାରେ ଏକ ବିଶେଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସିକ୍ୟୁରିଟିଜ୍ ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ୍ ଇଣ୍ଡିଆ (ସେବି)ର ହୋଲ୍ ଟାଇମ ମେମ୍ବର ଅଶ୍ୱନୀ ଭାଟିଆ ଯୋଗଦେଇ ଭାରତୀୟ ସିକ୍ୟୁରିଟିଜ୍ ମାର୍କେଟ ବା ପ୍ରତିଭୂତି ବଜାରରେ ଅଧିକରୁ ଅଧିକ ଲୋକ କିପରି ନିବେଶ କରିବାକୁ ଆଗେଇ ଆସିବେ ତା’ ଉପରେ ଗୁରୁତ୍ୱ ଦେଇଥିଲେ । ଭୁବନେଶ୍ୱରସ୍ଥିତ ଗୀତ ଗୋବିନ୍ଦ ସଦନଠାରେ ଶନିବାର ଦିନ ଅଭ୍ୟୁଥାନ ଫାଉଣ୍ଡେସନ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ଏହି ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏଥେô ର “ପ୍ରତିଭୂତି ବଜାର: ଆହ୍ୱାନ, ସୁଯୋଗ ଏବଂ ସମ୍ଭାବନା’ ବିଷୟ ଉପରେ ବିଶେଷ ଆଲୋଚନା କରାଯାଇଥିଲା । “ଭାରତୀୟ ଅର୍ଥନୀତି ପାଇଁ ଏବେ ଭଲ ଦିନ ଆସିଛି । ଲୋକମାନେ ସୁବିଧାରେ ବ୍ୟାଙ୍କ ସେବା ପାଉଥିବାରୁ ଆଗ ଅପେକ୍ଷା କାରବାର ବଢ଼ିଛି । ତେବେ ସ ୟ ଏବଂ ନିବେଶ ଉପରେ ସମସ୍ତେ ସଚେତନ ହେବାର ଆବଶ୍ୟକତା ରହିଛି । ଲୋକମାନେ ପ୍ରତିଭୂତି ବଜାର, ମ୍ୟୁଚୁଆଲ ଫଣ୍ଡ, ସୁନା ଅଳଙ୍କାର ଓ ଜମିଜମା ଆଦିରେ ଦୀର୍ଘସ୍ଥାୟୀ ନିବେଶ କରିପାରିବେ । ଏଥିରୁ ଲୋକମାନେ କିପରି ସୁଫଳ ପାଇ ପାରିବେ ସେନେଇ ବିଭିନ୍ନ ପଦକ୍ଷେପ ନିଆଯାଉଛି”, ଏହି କାର୍ୟ୍ୟକମ୍ର ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି ସେବିର ହୋଲ୍ଟାଇମ୍ ମେମ୍ବର ଅଶ୍ୱନୀ ଭାଟିଆ । ସେ ଆହୁରି କହିଛନ୍ତି ଯେ, ବିଶ୍ୱର ପ୍ରମୁଖ ଅର୍ଥନୀତିକ ଅଭିବୃଦ୍ଧି ରାଷ୍ଟ୍ର ଭିତରେ ଭାରତ ଏବେ ପ ମ ସ୍ଥାନରେ ରହିଛି ।
ଜାପାନ ଏବଂ ଜର୍ମାନୀ ଅପେକ୍ଷା ଭାରତର ଅଭିବୃଦ୍ଧି ହାର ଭଲ । ଭାରତ ସରକାର, ରିଜର୍ଭ ବ୍ୟାଙ୍କ ଏବଂ ସେବି ଏ ଦିଗରେ କ’ଣ ସବୁ ପଦକ୍ଷେପ ନେଉଛନ୍ତି ତାହା ଜାଣିବା ଲାଗି ଭାରତ ଉପରେ ସାରା ବିଶ୍ୱର ନଜର ରହିଛି । ଏଭଳି ଧାରା ଜାରି ରହିଲେ ଆଗାମୀ ୪ ବର୍ଷ ଭିତରେ ଭାରତ ବିଶ୍ୱର ତୃତୀୟ ପ୍ରମୁଖ ଅର୍ଥନୀତିକ ଅଭିବୃଦ୍ଧି ରାଷ୍ଟ୍ର ଭିତରେ ରହି ପାରିବ । ଏହି କାର୍ୟ୍ୟକ୍ରମରେ “ସେବି’ର କାର୍ଯ୍ୟନିର୍ବାହୀର୍ଦ୍ଦେଶକ ଜି ପି ଗର୍ଗ ମୁଖ୍ୟ ବକ୍ତା ଭାବେ ଯୋଗଦେଇ କହିଛନ୍ତି, “ଲୋକମାନେ ପ୍ରଥମେ ସ ୟ କରନ୍ତୁ ଏବଂ ପରେ ଭାବି ଚିନ୍ତି ନିବେଶ କରନ୍ତୁ । ଅଧିକରୁ ଅଧିକ ନିବେଶ ହେଲେ ଭାରତର ସାମଗ୍ରିକ ବିକାଶ ହୋଇପାରିବ । ନୂଆ ନୂଆ ସଂସ୍ଥା ଖୋଲିବା ସହ ବ୍ୟାପକ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହୋଇପାରିବ ।” ଭାରତୀୟ ବି ୀୟ ବଜାରକୁ ବୁଝି ନିବେଶ କରିବାକୁ ଆଗେଇ ଆସିବା ଲାଗି ସେ ଏହି ଅବସରରେ ଯୁବପିଢ଼ିଙ୍କୁ ପରାମର୍ଶ ଦେଇଥିଲେ । ଲୋକଙ୍କ ମଧ୍ୟରେ ଆର୍ଥିକ ସାକ୍ଷରତା ବୃଦ୍ଧି କରାଯାଇ ପ୍ରତିଭୂତି ବଜାର ଲାଗି ଏକ ଅନୁକୂଳ ପରିବେଶ ସୃଷ୍ଟି କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱରସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କର ମୁଖ୍ୟ ମହାପ୍ରବନ୍ଧକ ସି ଏସ୍ ଶର୍ମା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଲୋକଙ୍କ ଭିତରେ ଡିଜିଟାଲ ସାକ୍ଷରତା ବୃଦ୍ଧି ପାଇଥିବାରୁ ବ୍ୟାଙ୍କ କାରବାର ଆଗ ଅପେକ୍ଷା ବଢ଼ିଥିବା ସେ କହିଥିଲେ । ବ ର୍ମାନ ଦେଖାଦେଉଥିବା ସାଇବର ଠକେଇକୁ ନିୟନ୍ତ୍ରଣ କରିବା ପାଇଁ ବ୍ୟାଙ୍କ କ ୃର୍ପକ୍ଷ ଏବଂ ପୋଲିସ ପ୍ରଶାସନ ତତ୍ପର ଥିବା କହିଥିଲେ । ସ୍ୱତନ୍ତ୍ର ଅତିଥି ଭାବେ ଭୁବନେଶ୍ୱର ଏକ୍ସଆଇଏମ ବିଶ୍ୱବିଦ୍ୟାଳୟର ପ୍ରଫେସର ଡି ଭି ରମଣା ଯୋଗ ଦେଇଥିଲେ । ସେ ସୁରକ୍ଷିତ ନିବେଶ ଉପରେ ବିଶେଷ ଗୁରୁତ୍ୱ ଦେଇଥିଲେ । ତେଣୁ କୌଣସି ନିବେଶ କରିବା ପୂର୍ବରୁ ଲୋକମାନେ ପ୍ରଥମେ ସେ ବିଷୟରେ ଭଲ ଭାବେ ଜାଣିବା ଜରୁରୀ ବୋଲି ସେ ପରାମର୍ଶ ଦେଇଥିଲେ । ଏହି ଅବସରରେ ପ୍ରତିଭୂତି ବଜାର ଉପରେ ଲେଖାଯାଇଥିବା ବିଭିନ୍ନ ପ୍ରବନ୍ଧକୁ ନେଇ “ସିଲେକ୍ଟ ଏସେଜ୍ ଅନ୍ ସିକ୍ୟୁରିଟିଜ୍ ମାର୍କେଟ’ ପୁସ୍ତକ ଉନ୍ମୋଚନ କରାଯାଇଥିଲା । କାର୍ଯ୍ୟକ୍ରମରେ ଅଭ୍ୟୁଥାନ ଫାଉଣ୍ଡେସନ ଚାରିଟେବଲ ଟ୍ରଷ୍ଟର ଅଧ୍ୟକ୍ଷ ତଥା ମ୍ୟାନେଜିଂ ଟ୍ରଷ୍ଟି ଦାଶରଥି ମିଶ୍ର ଅତିଥି ପରିଚୟ ଦେଇଥିବା ବେଳେ ଉପାଧ୍ୟକ୍ଷ ଏସ୍ ଚୌଧୁରୀ ସ୍ୱାଗତ ଭାଷଣ ଦେଇଥିଲେ । ଶେଷରେ ବ୍ୟାଙ୍କ ଅଫ୍ ଇଣ୍ଡିଆର ପୂର୍ବତନ ମହାପ୍ରବନ୍ଧକ ସୁରେଶ ଷଡ଼ଙ୍ଗୀ ଧନ୍ୟବାଦ ପ୍ରଦାନ କରିଥିଲେ ।